ଯୁବକଙ୍କୁ ପିଟି ପିଟି ମାରିଦେଲେ

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ପାରିଆଉଡ଼ା ଗ୍ରାମର ଜଣେ ଯୁବକଙ୍କୁ ସାମନ୍ୟ ବଚସାକୁ ନେଇ ହତ୍ୟା କରାଯାଇଛି। ମୃତକ ହେଲେ ରାଜୀବ ବେହେରା ଓରଫ ଟୁନୁ। ଦୁର୍ବୃତ୍ତମାନେ ତାଙ୍କୁ ଯୋଜନାବଦ୍ଧ ଭାବେ ପିଟି ପିଟି ମାରି ଦେଇଥିବା ମୃତକଙ୍କ ବଡ଼ଭାଇ ସଞ୍ଜୟ କୁମାର ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା(ନଂ.୯୨/୨୫) ରୁଜୁକରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ରାଜୀବ ତାଙ୍କର ଜଣେ ବନ୍ଧୁ ଅରୁଣ କୁମାର ସାହୁଙ୍କ ସହିତ ଶୀର୍ଷାପାଳ ଛକ ନିକଟରେ ଛିଡ଼ା ହୋଇଥିଲେ। ଏହି  ସମୟରେ ଜଣେ ଅଜଣା ଯୁବକ ବାଇକ୍‌ ଯୋଗେ ଆସି ହଳଦୀପାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଠିକଣା ପଚାରିଥିଲେ। ଏନେଇ ରାଜୀବଙ୍କ ସହ ତାଙ୍କର ବଚସା ହୋଇଥିଲା।
ପରେ ଠିକଣା ପଚାରିଥିବା ଯୁବକ ଏବଂ ତାଙ୍କର କେତେଜଣ ସହଯୋଗୀ ସଂଘବଦ୍ଧ ଭାବେ ପେଟ୍ରୋଲ ପମ୍ପ ନିକଟରେ ରାଜୀବଙ୍କୁ ନିସ୍ତୁକ ମାଡ଼ମାରି ଗୁରୁତର କରିଥିଲେ। ହଳଦୀପାଳ ଗ୍ରାମର ଅମ୍ବରିଶ ବେହେରା ରାଜୀବଙ୍କୁ ଉଦ୍ଧାର କରି ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକତ୍ସାଧୀନ ଅବସ୍ଥାରେ ୨ ତାରିଖରେ ରାଜୀବଙ୍କ ମୃତ୍ୟୁ ଘଟିଥିଲା। ବେତନଟୀ ଏସ୍‌ଡିପିଓ ମିନତୀ ବିଶ୍ୱାଳ ସାଇଣ୍ଟିଫିକ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରଉଚରା କରୁଛି।

Enter your email to get our daily news in your inbox.

All Right Reserved By Dharitri.Com

ଜୀରାନଦୀରେ ହେବ ଆନ୍ତଃନଦୀ ଜଳାଶୟ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀରେ ଆନିକଟ୍‌ ତଥା ଆନ୍ତଃନଦୀ ଜଳାଶୟ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋମବାର ରାଜ୍ୟ ସରକାରଙ୍କ...

ଜିଲାସ୍ତରୀୟ ସ୍କାଉଟ୍ସ-ଗାଇଡସ କ୍ୟାମ୍ପୋରି ଉଦଘାଟିତ: ୧୨ଟି ବ୍ଲକର ୫୨୧ ଛାତ୍ରୀଛାତ୍ରଙ୍କ ଯୋଗଦାନ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାସ୍ତରୀୟ ସ୍କାଉଟ୍ସ ଏବଂ ଗାଇଡସ କ୍ୟାମ୍ପୋରିରି ସୋମବାର ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦଘାଟିତ ହୋଇଯାଇଛି । ବରଗଡ଼ ଜିଲା...

ଜନ ଅଭିଯୋଗ ଶୁଣାଣି ଶିବିର: ୫୯ ଅଭିଯୋଗ ପଞ୍ଜୀକୃତ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ...

ସି.ଏମ୍‌ ଟ୍ରଫି ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟନୀ ମ୍ୟାଚରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ବିଜୟୀ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ) – ଓଡ଼ିଶା ସରକାରଙ୍କ କ୍ରୀଡ଼ା, ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର...

ମହିଳାଙ୍କଠାରୁ ଝାମ୍ପିନେଲେ ସୁନାଚେନ

ଗୋପାଳପୁର,୭ା୪(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ ଲୁଟ, ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବେଳାଭୂମିରେ ପ୍ରାତଃ ଭ୍ରମଣ ସମୟରେ ମହିଳାଙ୍କ ଠାରୁ...

ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ରାୟ ସରକାରଙ୍କ ପ୍ରଦତ୍ତ ଅନୁଦାନରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଆଧ୍ୟାତ୍ମିକ...

୨ବର୍ଷ ୧୦ ମାସର ଶିଶୁ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସର ଅଧିକାରୀ

ନୂଆପଡ଼ା,୭ା୪(ମକାରୁ ବେମାଲ)- ମାତ୍ର ୨ ବର୍ଷ ୧୦ ମାସର ଶିଶୁ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସର ଅଧିକାରୀ ହୋଇପାରିଛନ୍ତି। ସେ ହେଲେ ନୂଆପଡ଼ା ଜିଲା ସିନାପାଲି...

ମାନବାଧିକାର, କଏଦୀଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ କାର୍ଯ୍ୟ କରିବ ‘ଜେଲ୍ ପଞ୍ଚାୟତ’

ଭୁବନେଶ୍ୱର, ୭।୪: ‘ଜେଲ୍ ପଞ୍ଚାୟତ’ର ନବନିର୍ବାଚିତ ପ୍ରତିନିଧିମାନେ କଏଦୀଙ୍କ ସୁରକ୍ଷା ସହିତ ମାନବାଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରିବେ। କିଛି ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ସଂଶୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image