ଯୋଡ଼ା,୧୨।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଧୀନ ବାଂଶପାଣି ରେଳ ଷ୍ଟେଶନରେ ଜଣେ ରେଳବାଇ ପୋଲିସ କର୍ମୀ ଜଣେ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ଷ୍ଟେଶନରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ଷ୍ଟେଶନରେ ଭଙ୍ଗାରୁଜା କରିଛନ୍ତି। ଏପରିକି ଲୋକଙ୍କ ମାଡ଼ରେ ୩ଜଣ ରେଳବାଇ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି।
ରାତି ପ୍ରାୟ ସାଢେ ୯ଟାରେ ଆର୍ପିଏଫ ର୍କମଚାରୀଙ୍କ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହୋଇଥିଲା। ପରେ ଶତାଧିକ ମହିଳା ପୁରୁଷ ଏହାର ପ୍ରତିବାଦ କରି ରେଳବାଇ ପୋଲିସକୁ ଘେରିଯାଇଥିଲେ। ପ୍ରଥମେ ବଚସା ଏବଂ ପରେ ହାତାହାତି ହୋଇଥିଲା। ଘଟଣାସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।