ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଲେ

ବୌଦ୍ଧ,୪।୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବଙ୍କାପଡ଼ା ଗ୍ରାମ ଆମ୍ବବୁରୀରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ହେଲେ ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ମୃତକ ହେଲେ ମନୁମୁଣ୍ଡା ଥାନା ଅଧୀନ ରାକସକୋଟି ଗ୍ରାମର ସାରଥି ଗୁନା।

ମିଳିଥିବା ସୂଚନା ମୁତାବକ, ବଙ୍କାପଡ଼ା ଗ୍ରାମର କିଛି ଲୋକେ ନଦୀରୁ ଗାଧେଇ ଫେରୁଥିବା ବେଳେ ଆମ୍ବବୁରୀ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ବୌଦ୍ଧ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଘଟଣାସ୍ଥଳରୁ ଏକ ମୋବାଇଲ ଫୋନ ଜବତ କରିଥିଲା। ମୋବାଇଲ ଫୋନର କଲ୍‌ ଡିଟେଲ୍ସ ଅନୁଯାୟୀ ପୋଲିସ ମୃତକଙ୍କ ପରିଚୟ ଜାଣିବାକୁ ପାଇଥିଲା। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବୌଦ୍ଧ ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack: ପହଲଗାମ ଆକ୍ରମଣ ବିରୋଧରେ ଲେଖିବାରୁ ମିଳିଲା ବଳାତ୍କାର ଧମକ

କୋଲାକାତା,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ପୋଷ୍ଟ କରିବାରୁ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲାର ଅଶୋକନଗରର ଜଣେ ଯୁବତୀଙ୍କୁ ବଳାତ୍କାର ଧମକ ଦିଆଯାଇଛି। ପୀଡିତା...

ଖଣିରୁ ପରିବହନ ବନ୍ଦ ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଳକ ଉପର କାଦକଳା ଗ୍ରାମରେ ଥିବା ସିରକାଗୁଟ ଲୌହ ଓ ମାଙ୍ଗାନିଜ ଖଣି ରାସ୍ତାରେ ଆନ୍ଦୋଳନ ଯୋଗୁ ପରିବହନ କାର୍ଯ୍ୟ...

ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ; ତେବେ ଆମେରିକା, ରୁଷିଆ ଏବଂ ଚାଇନା କାହାକୁ ସମର୍ଥନ କରିବେ? ଜଣାପଡିଲା…

ନୂଆଦିଲ୍ଲୀ,୨୬।୪: ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ...

ସେନାର Hit Listରେ ୧୪ ଆତଙ୍କବାଦୀ, ଘାଟିରେ ଆତଙ୍କବାଦୀଙ୍କୁ ବାଛି ବାଛି କରାଯିବ ବିନାଶ

ନୂଆଦିଲ୍ଲୀ,୨୬।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇବା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ଗୁଇନ୍ଦା...

ଏପ୍ରିଲ ୨୯ରୁ ଜୁନ ୨୭ ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ 

ପୁରୀ ଅଫିସ,୨୬।୪: ଆସନ୍ତା ଏପ୍ରିଲ ୨୯ରୁ ଜୁନ୍‌ ୨୭ ତାରିଖ ଯାଏ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶନିବାର ଏଏସ୍‌ଆଇ...

କଟକରେ ପାକିସ୍ତାନୀ ମହିଳା, ଭାରତ ଛାଡ଼ିବା ଲାଗି କରାଗଲା ନୋଟିସ

କଟକ,୨୬।୪: ଜମ୍ମୁ କଶ୍ମୀର ପହଲଗାମରେ ନିର୍ଦ୍ଦୋଶ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ତ୍ୱରିତ ପଦକ୍ଷେପ ନେଇ...

ନିଆଁ ଲାଗି ୧୫ ବଖରା ପାଉଁଶ

ଖୋର୍ଦ୍ଧା,୨୬।୪: ଖୋର୍ଦ୍ଧା ଟାଙ୍ଗୀ ଥାନା ବିନ୍ଧାଣିଆ ଗାଁରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୫ ପରିବାରର ୧୫ ବଖରା ଘର ପୋଡି ପାଉଁଶ...

Iran Blast: ଦିନ ଦ୍ୱିପ୍ରହରରେ ଥରିଉଠିଲା ଇରାନ, ୨୦୦ରୁ ଅଧିକ ଲୋକ ଆହତ, ଜାଣନ୍ତୁ ଏହା ପଛରେ କାହାର ରହିଛି ହାତ

ଦୁବଇ,୨୬।୪: ଶନିବାର ଇରାନର ବନ୍ଦର ଆବାସ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏଥିରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି Blast...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image