ମୁଣ୍ଡ ନେଲେ ମାଓବାଦୀ

ମାଲକାନଗିରି,୧୧ା୧(ଡି.ଏନ୍‌.ଏ.): ନୂଆବର୍ଷ ଆରମ୍ଭରୁ ସୀମାନ୍ତରେ ମାଓବାଦୀମାନେ ଉପଦ୍ରବ ଜାରି ରଖିଛନ୍ତି। ମାଲକାନଗିରି ଜିଲା ସୀମାନ୍ତ ବିଜାପୁରର କୂଟରୁ ଅଞ୍ଚଳର କେଟୁଲନାର ଗ୍ରାମରେ ମାଓବାଦୀମାନେ ମଙ୍ଗଳବାର ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ସପ୍ତାହକ ମଧ୍ୟରେ ମାଓବାଦୀ ୭ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି।

ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ଏପରି କାଣ୍ଡ ଘଟାଉଛନ୍ତି। ନିକଟରେ ମାଓବାଦୀ ଜଗତ ସୋରି ନାମକ ଜଣେ ବ୍ୟକ୍ତିଙ୍କୁ ଘରୁ ଉଠାଇନେଇ ହତ୍ୟା କରିଥିଲେ। ପରେ ମୃତଦେହ ରାସ୍ତାକଡ଼ରେ ଫିଙ୍ଗି ଚାଲିଯାଇଥିଲେ।

ଅନ୍ୟପକ୍ଷେ ଘଟଣାର ଖବରପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ମାଓବାଦୀମାନେ ଏଭଳି କାଣ୍ଡ ଘଟାଇଛନ୍ତି ଏହାର ତଦନ୍ତ କରାଯାଉଛି ବୋଲି ଏସ୍‌ଡିପିଓ ପି.ଅବିନାଶ ଉପାଧ୍ୟାୟ କହିଛନ୍ତି।