ପିକାଚୁ ହୋଇ ବାଇକରେ ବୁଲୁଥିଲେ ଯୁବକ, ତାପରେ ହେଲା ଏପରି, ଭିଡିଓ ଭାଇରାଲ…

ନୋଏଡା,୨୩।୧୧ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ପିକାଚୁ ଥିମ ହେଲମେଟ ପିନ୍ଧିଥିବାର ଦେଖାଯାଉଛି। ତେବେ ତାଙ୍କୁ ପୋଲିସ ଧରିଥିଲା। ଯୁବକନ ଏପରି ହେଲମେଟ ପିନ୍ଧି ବାଇକ ଚଳାଉଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେ କ’ଣ ପିନ୍ଧିଥିଲେ ତାହା ପୋଲିସ ବୁଝିପାରିଲେ ନାହିଁ। ଏହା ଉପରେ ଜଣେ ପୋଲିସ ଅଧିକାରୀ ପଚାରିଥିଲେ ଏହା ଠେକୁଆ କି ? ଯୁବକ ଜଣକ ଏହା ପିକାଚୁ ଥିମ ହେଲମେଟ ବୋଲି କହିଥିଲେ। ଏହା ପରେ ହେଲମେଟ ଭଲ ହୋଇଛି ବୋଲି ପୋଲିସ କହିଥିଲେ।

ସୂଚନା ଅନୁଯାୟୀ, ଏହି ଭାଇରାଲ ଭିଡିଓ ନୋଏଡା ସେକ୍ଟର ୧୩୨ ରୁ ବୋଲି କୁହାଯାଉଛି। ଯେତେବେଳେ ପିକାଚୁ ଥିମ ହେଲମେଟ ପିନ୍ଧି ବାଇକ ଚଳାଉଥିବା ଜଣେ ଯୁବକ ଯାଉଥିଲେ। ତା’ପରେ ପୋଲିସ ତାଙ୍କୁ ଧରିଥିଲେ।

ଏହି ଭିଡିଓ ଦେଖିବା ପରେ ୟୁଜରମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି ପୋଲିସ ଜଣେ ଭଦ୍ର ଏବଂ ମଜାଳିଆ ବ୍ୟକ୍ତିଙ୍କ ପରି ମନେ ହେଉଛନ୍ତି।

 

Share