ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ, ହତ୍ୟା ସନ୍ଦେହ

ଚୌଦାର,୧ା୬(ଡି.ଏନ୍‌.ଏ): ୫୫ନଂ. ଜାତୀୟ ରାଜପଥ ଚୌଦାର ନୁନଟିକିରି ଛକ ନିକଟରେ ଏକ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଚୌଦାର ପୋଲିସ ଜବତ କରିଛି। ମୃତକ ହେଲେ ଚୌଦାର ଓଟିଏମ୍‌ କଲୋନୀର ଲୋକନାଥ ବିଶ୍ୱାଳ। ଲୋକନାଥ ପେସାରେ ଜଣେ ଅଟୋ ଡ୍ରାଇଭର। ମଙ୍ଗଳବାର ରାତିରେ ଲୋକନାଥ ଘରକୁ ଫେରି ନ ଥିଲା ବେଳେ ବୁଧବାର ତାଙ୍କ ମୃତଦେହ ମିଳିଛି। ମଙ୍ଗଳବାର ରାତିରେ ତାଙ୍କ ଡାଲା ଅଟୋଟି ବିରୂପା ବ୍ୟାରେଜରେ ଓଲଟି ଥିବାବେଳେ କେହି ତାଙ୍କୁ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଚୌଦାର ପୋଲିସ ପହଞ୍ଚି ଛାନ୍‌ଭିନ ଆରମ୍ଭ କରିଛି। ଏହା ସହ ସାଇଣ୍ଟିଫିକ୍‌ ଟିମ ଓ ସନ୍ଧନୀ କୁକୁର ପହଞ୍ଚତ୍ ଘଟଣାର ତଦନ୍ତ କରୁଛି । ଏ ନେଇ ପୋଲିସ ପ୍ରତିକ୍ରିୟା ମିଳିପାରିନାହିଁ।

Share