ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ବାରମ୍ବାର ଦେଖି ହସିହସି ଗଡ଼ିବେ।
What a performer…😀 pic.twitter.com/NrHs4Rdf8y
— Harsh Goenka (@hvgoenka) February 3, 2024
ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ଯୁବକ ଅଜବ ଢଙ୍ଗରେ ଗୀତ ଗାଉଥିବାର ନଜର ଆସିଛନ୍ତି। ସେ ତାଙ୍କ ହାତରେ ଏକ ପୁରୁଣା ଗ୍ୟାସଚୁଲା, ଉଭୟ କାନରେ ହେଡ୍ଫୋନ ବଦଳରେ ୨ଟି ଟୋକେଇ ଲଗାଇଛନ୍ତି। କେବଳ ଏତିକି ନୁହେଁ, ସେ ନକଲି କେଶ ଏବଂ ତାଙ୍କ ସାମ୍ନାରେ ରଖାଯାଇଥିବା ମାଇକ୍ ସହିତ ଏକ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସେ ରାନୁ ମଣ୍ଡଳ ଏବଂ ହିମେଶ ରେଶମିଆଙ୍କ ଗୀତକୁ କପି କରି ଗାଉଛନ୍ତି। ଭିଡିଓଟି ପ୍ରକୃତରେ ବହୁତ ମଜାଳିଆ।
ଏହି ଭିଡିଓକୁ ଦେଶର ପ୍ରସିଦ୍ଧ ବ୍ୟବସାୟୀ ହର୍ଷ ଗୋଏଙ୍କା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଶେୟାର କରିଛନ୍ତି। କିଛି ଘଣ୍ଟା ମଧ୍ୟରେ ତାଙ୍କ ପୋଷ୍ଟ ଖୁବ୍ ଭାଇରାଲ ହେଉଛି। ଲୋକମାନେ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ରାନୁ ମଣ୍ଡଳଙ୍କ ଭାଇ ମିଳିଗଲେ। ଆଉ କିଛି ୟୁଜର କହିଛନ୍ତି, ଭାଇ ବହୁତ ସୃଜନଶୀଳ। ସେହିପରି ଆଉ ଜଣେ କହିଛନ୍ତି, ଇଏ ରାନୁ ମଣ୍ଡଳଙ୍କ ଶିଷ୍ୟ ହେବେ।