ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ମାଧପୁର,୧୭।୮(ମନୋଜ ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ଟୁସର ନିକଟରେ ଗୁରୁବାର ଏକ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ବାଇକ୍‌ ଆରୋହୀ ଜଣଙ୍କ ଟୁସରରୁ ବାରେଣି ଆସୁଥିବା ବେଳେ ବାଟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ବାଇକ୍‌ ଚାଳକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବୌଦ୍ଧ ଜିଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ଘର ବାସୁଦେବପୁର ପଞ୍ଚାୟତ ଅଧୀନ ଦୌଲତପୁର ଗ୍ରାମର ସିକୁନ ପ୍ରଧାନ(୨୭) ବୋଲି ଜଣାପଡିଛି। ଏନେଇ କିଆକଟା ପୋଲିସ ଖବର ପାଇ ଘଟଣାର ତଦନ୍ତ କରୁଥିବା ଆଇଆଇସି ଆଶିଷ କୁମାର ସ୍ବାଇଁ କହିଛନ୍ତି।