ପାରାଦୀପ, ୨୧।୪: ବିଚ ରାସ୍ତାରେ ଫାର୍ସା ଧରି ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ। ଏଭଳି ଘଟଣା ଘଟିଛି କଟକ-ପାରାଦୀପ ରାସ୍ତା କୁଜଙ୍ଗ ବଳରାମପୁରରେ । ଫାର୍ସା ବୁଲାଇବାରୁ ଭୟଭୀତ ଲୋକେ, ଘଣ୍ଟାଏ ଧରି ରାସ୍ତା ଜାମ। ପୋଲିସ ଆସିବା ପରେ ପୋଲିସ ବାଡ଼ି ଛଡ଼ାଇ ଫେରାର ଉଦ୍ୟମ କରଥିଲେ । ଏହି ସମୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ କାବୁ କଲା ପୋଲିସ।


