ଭୋଜି ଖାଉଥିବା ବେଳେ ହୃଦଘାତରେ ଉଡ଼ିଗଲା ଯୁବ ଅଧ୍ୟାପକଙ୍କ ପ୍ରାଣବାୟୁ

ଭଞ୍ଜନଗର,୪ା୨(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ଆମାସ ପାଟମାଝୀ(୩୪) ରବିବାର ଅପରାହ୍ନରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ଘର ଗଜପତି ଜିଲା ମୋହନା ବ୍ଲକ ପାନିଗଣ୍ଡା ପଞ୍ଚାୟତ ଅଧୀନ ବିଥଳା ଗାଁରେ।

ମିଳିଥିବା ସୂଚନା ମୁତାବକ, ରବିବାର ସକାଳେ ଆମାସ ତାଙ୍କ ସାନଭାଇଙ୍କୁ ଆଇଏଏସ୍‌ କୋଚିଂ ପାଇଁ ନୂଆଦିଲ୍ଲୀ ପଠାଇଥିଲେ। ତେଣୁ ସେ ଭଞ୍ଜନଗରରୁ ଭୁବନେଶ୍ୱର ଏୟାରପୋର୍ଟ ଯାଇଥିଲେ। ଅପରାହ୍ନରେ ଭଞ୍ଜନଗର ଫେରିବା ପରେ ବିଡେକା ଭବନରେ ହେଉଥିବା ଏକ ଉତ୍ସବରେ ଭୋଜି ଖାଇବାକୁ ଯାଇଥିଲେ। ସେଠାରେ ହଠାତ୍‌ ତାଙ୍କର ହୃଦ୍‌ଘାତ ହୋଇଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡିକାଲ ଅଧିକ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଧ୍ୟାପକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ୭ ବର୍ଷ ହେଲା ଭଞ୍ଜନଗର କଲେଜରେ ଅଧ୍ୟାପକ ଭାବେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮।୧୦: ପୁରୀରେ ପୁଣି ବୁଲିଲା ଭୁଜାଲି। କୌଣସି ସାଧାରଣ ଲୋକ ନୁହେଁ ଦୁର୍ବୃତ୍ତ ଜଣେ ସେବାୟତଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି। ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

୨ ଦିନ ଏହି ୧୪ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୮।୧୦: ଶୁକ୍ରବାର ଓ ଶନିବାର ୧୪ ଜିଲାରେ ପ୍ରବଳ ବର୍ଷିବ। ତେବେ ବର୍ଷାକୁ ନେଇ ଏହି ୧୪ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ...

ଘରୋଇ ହସ୍ପିଟାଲ ନାଁରେ ଅଙ୍ଗ ଚୋରି ଅଭିଯୋଗ: କବରତଳୁ କଢ଼ାହେଲା ମୃତଦେବ 

କଟକ,୧୮।୧୦: କଟକର ଏକ ଘରୋଇ ହସ୍ପିଟାଲ ବିରୋଧରେ ଅଙ୍ଗ ଚୋରି ଅଭିଯୋଗ ହୋଇଛି। କନ୍ଧମାଳ ବାଲିଗୁଡାର ବାବୁଲା ଦିଗାଲଙ୍କ ଅଙ୍ଗ ଚୋରି ହୋଇଥିବା ନେଇ ତାଙ୍କ...

ଜୟନାରାୟଣଙ୍କ ବିସ୍ଫୋରକ ବୟାନ୍‌: ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ,ଯୋଗାଯୋଗରେ ଅଛନ୍ତି…

ଭୁବନେଶ୍ୱର,୧୮।୧୦: ଭାଜପା ବିଧାୟକ ଜୟନାରାୟଣ ମିଶ୍ର ଶୁକ୍ରବାର ଏକ ଭବିଷ୍ୟବାଣୀ କରିଛନ୍ତି। ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ବିଜେଡିର...

କଟକରେ ଭାଙ୍ଗିଲା ତୋରଣ: ଚାପି ହୋଇଗଲା କାର୍‌, ବାଇକ୍‌

କଟକ,୧୮।୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ...

ହିଞ୍ଜିଳିରେ ତେଜିଲା ରାଜନୈତିକ ହିଂସା: ସମିତି ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ହିଞ୍ଜିଳିକାଟୁ ,୧୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ପଞ୍ଚାୟତରେ ଶୁକ୍ରବାର ରାଜନୈତିକ ହିଂସା ଦେଖା ଦେଇଛି। ସମିତି ସଭ୍ୟ ଇପିଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri