୧୭ ବର୍ଷ ନାବାଳକଙ୍କୁ ବିବାହ କରି ଯୁବତୀ ଗିରଫ…

ବେଙ୍ଗାଲୁରୁ,୨୮।୬: ଜଣେ ୧୭ ବର୍ଷ ବୟସ୍କା ନାବାଳକଙ୍କୁ ମନ୍ଦିରରେ ବିବାହ କରିଥିବା ଅଭିଯୋଗ ୨୧ ବର୍ଷ ବୟସ୍କା ଯୁବତୀଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁର ମାଡିକେରିରେ ବିଏସ୍‌ସି ନର୍ସିଂ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଯୁବତୀ ଜଣକ ଚିକ୍କାମାଗାଲୁ ଅଞ୍ଚଳରେ ଥିବା ଅନ୍ତରଘଟ୍ଟାମା ମନ୍ଦିରରେ ଜୁନ୍‌ ୧୬ରେ ଲଭ୍‌ ମ୍ୟାରେଜ୍‌ କରିଥିଲେ। ଫେସ୍‌ବୁକ୍‌ରୁ ଦୁହିଁଙ୍କ ମଧ୍ୟରେ ଚିହ୍ନା ପରିଚୟରୁ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏନେଇ ଅଭିଯୋଗ ହେବାପରେ ସମ୍ପୃକ୍ତ ଯୁବତୀଙ୍କୁ ବାଳ ବିବାହ ଆକ୍ଟ ଆଧାରରେ ଗିରଫ କରାଯାଇଥିବା ଚିକ୍କାମାଗାଲୁରୁ ଏସ୍‌ପି ହାକାୟ ଅକ୍ଷୟ ମାଛିନ୍ଦ୍ର ସୂଚନା ଦେଇଛନ୍ତି। ଯୁବତୀ ଜଣକ ନାବାଳକଙ୍କୁ ବିବାହ କରିଥିବା ସମ୍ପର୍କରେ ଜୁନ୍‌ ୨୦ରେ ପ୍ରଚାର ହୋଇଥିଲା। ଉଭୟଙ୍କ ପରିବାର ସଦସ୍ୟଙ୍କ ବିରୋଧ ସତ୍ତ୍ୱେ ଯୁବତୀ ଏଭଳି କରିଥିବା ଅଭିଯୋଗ ହୋଇଛି। ଗାଁ ଲୋକେ ଚାଇଲ୍ଡ୍‌ ହେଲ୍ପ ଲାଇନ୍‌କୁ ଯୋଗାଯୋଗ କରି ଏସମ୍ପର୍କରେ ସୂଚନା ଦିଆଯାଇଥିଲା। ପରେ ଗାଁରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଗିରଫ କରିଥିଲେ।

Share