Categories: ଜାତୀୟ

ପୂର୍ବତନ ପ୍ରେମିକଙ୍କୁ ଏସିଡ୍‌ ମାଡ଼ କରି ଯୁବତୀ ଗିରଫ

ଜଗଦଲପୁର,୨୪।୪: ଛତିଶଗଡ଼ ବସ୍ତର ଜିଲାରେ ପୂର୍ବତନ ପ୍ରେମିକଙ୍କୁ ଏସିଡ୍‌ ମାଡ଼ ଘଟଣାରେ ପୋଲିସ ୨୨ ବର୍ଷୀୟା ଯୁବତୀଙ୍କୁ ଗିରଫ କରିଛି। ୧୯ ତାରିଖରେ ଡମ୍ରୁଧର ବଘେଲ (୨୫) ଛୋଟେ ଅମାବାଲ ଗ୍ରାମର ଜଣେ ଯୁବତୀଙ୍କୁ ବାହାହେବାକୁ ଯାଉଥିଲେ। ସେ ସମୟରେ ଯୁବତୀ ଜଣକ ଡମ୍ରୁଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ଡମ୍ରୁଙ୍କ ସମେତ ୧୦ ଜଣ ଏସିଡ୍‌ ମାଡ଼ ଯୋଗୁ ଆହତ ହୋଇଛନ୍ତି। ତେବେ ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ଯୁବତୀଙ୍କୁ ଗିରଫ କରିଛି। ଯୁବତୀଙ୍କ ସହ ବହୁ ବର୍ଷ ଧରି ସମ୍ପର୍କରେ ଥିଲେ। କିନ୍ତୁ ଡମ୍ରୁ ତାଙ୍କୁ ପ୍ରତାରଣା ଦେଇ ଅନ୍ୟଜଣେ ଯୁବତୀଙ୍କୁ ବାହାହେବା କଥା ଜାଣିପାରି ଯୁବତୀ ଜଣକ ଏପରି କାଣ୍ଡ ଭିଆରିଥିବା କହିଛନ୍ତି।

Share