Categories: ଫୁରସତ

ଭୂମିହୀନ ମହିଳାଙ୍କ ସହ ଡ୍ୟାନ୍ସ କରି ଧନୀ-ଗରିବ ଭେଦଭାବ ଦୂର କଲେ ଯୁବତୀ, ଭିଡିଓ ଦେଖିଲେ…

ମଣିଷ ଭିତରେ ମାନବିକତା ରହିବା ଆଜିର ସମୟରେ ଏକ ବିରଳ ଘଟଣା ହୋଇଗଲାଣି। ଲୋକମାନେ ନିଜକୁ ଧନୀ-ଗରିବ ଏବଂ ବିଭିନ୍ନ ସ୍ତରରେ ବିଭକ୍ତ କରିଛନ୍ତି। ତେଣୁ ସେମାନେ ଯେ କୌଣସି ସମୟରେ ପରସ୍ପର ସହ ଯୋଗାଯୋଗ କରିବାକୁ ଦ୍ୱିଧା କରନ୍ତି। ଧନୀ ଲୋକମାନେ ଗରିବଙ୍କ ସହ କଥାବାର୍ତ୍ତା କରନ୍ତି ନାହିଁ ଏବଂ ଗରିବମାନେ ଧନୀମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଦ୍ୱିଧା କରନ୍ତି। କିନ୍ତୁ ଆଜିକାଲି ଜଣେ ଯୁବତୀଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯିଏ ଧନୀ ଏବଂ ଗରିବଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ହଟାଇ ଜଣେ ଗରିବ ମହିଳାଙ୍କ ସହ ଡ୍ୟାନ୍ସ କରିଛନ୍ତି। ଯାହା ଦେଖି ଆପଣଙ୍କ ହୃଦୟ ଖୁସି ହେବ ଏବଂ ଆପଣ ଏହା ଅନୁଭବ କରିବେ ଯେ, ଦୁନିଆ ଏହିପରି ଲୋକମାନଙ୍କର ଆବଶ୍ୟକ କରୁଛି।

@anshikawasthi ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏହି ଭିଡିଓରେ ସେ ଦିଲ୍ଲୀର କନ୍‌ସଟ୍‌ ପ୍ଲେସ ଗର୍ଲ ଡ୍ୟାନ୍ସ ଭିଡିଓରେ ଜଣେ ଭୂମିହୀନ ଗରିବ ମହିଳାଙ୍କ ସହ ନାଚୁଥିବା ନଜର ଆସିଛନ୍ତି। ଭିଡିଓ ଶେୟାର କରି ଅଂଶିକା ଆଓ୍ବସ୍ତି ଲେଖିଛନ୍ତି, ଦିଲ୍ଲୀ ବହୁତ ସୁନ୍ଦର। ଆପଣ ସମସ୍ତ ପ୍ରକାରର ଲୋକଙ୍କୁ ଭେଟନ୍ତି ଏବଂ ସର୍ବୋତ୍ତମ ବ୍ୟକ୍ତିମାନେ ହେଉଛନ୍ତି ଯେଉଁମାନେ ହଠାତ୍‌ ନୃତ୍ୟରେ ଯୋଗ ଦିଅନ୍ତ। ସୋମବାର ସମସ୍ତଙ୍କୁ ଶୁଭେଚ୍ଛା!

ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ କନ୍‌ସଟ୍‌ ପ୍ଲେସ ପାଖରେ ଥିବା ରାସ୍ତାରେ ଅଂଶିକା ଜଣେ ଗରିବ ମହିଳାଙ୍କ ସହ ନାଚୁଛନ୍ତି। ମହିଳା ଜଣକ ମଧ୍ୟ ବହୁତ ଖୁସିରେ ନାଚୁଛନ୍ତି। ମୂଳ ଗୀତ ଶୁଣାଯାଉ ନାହିଁ ଯେଉଁଥିରେ ଉଭୟ ନାଚୁଛନ୍ତି, କିନ୍ତୁ ଅଂଶିକା ଡଙ୍ଗଲ ଫିଲ୍ମର ‘ ଗିଲହରିୟା’ ଗୀତକୁ ପୃଥକ୍‌ ଭାବରେ ଭିଡିଓରେ ରଖିଛନ୍ତି। ଅଂଶିକା ମଧ୍ୟ ତାଙ୍କ ହାତ ଧରି ବହୁତ ନାଚୁଛନ୍ତି। ଜଣେ ୟୁଜର କହିଥିଲେ, ସେ କାଫେ ଛାଡିଛନ୍ତି। ସେ ନାଚିବା ପରି ଅନୁଭବ କଲେ। ଯେତେବେଳେ ସେ ନାଚିବା ଆରମ୍ଭ କଲେ, ଏହି ମହିଳା ମଧ୍ୟ ନାଚିବା ଆରମ୍ଭ କଲେ। ସେ ତାଙ୍କୁ ଏକାଠି ନାଚିବାକୁ ଡାକିଲେ ଏବଂ ଦୁହେଁ ନନ୍‌ଷ୍ଟପ୍‌ ଚାଚିଥିଲେ।

Share