Posted inଫୁରସତ

କପାଳରେ ପ୍ରେମିକଙ୍କ ନାଁରେ ଟାଟୁ କଲେ ଯୁବତୀ, କହିଲେ ଏହା ପଛର କାରଣ…

ଆଜିକାଲି ପ୍ରେମିକା-ପ୍ରେମିକ ପ୍ରେମ ପାଇଁ କିଛି ବି କରିବାକୁ ପଛାଉ ନାହାନ୍ତି। ପ୍ରେମିକା ହୁଅନ୍ତୁ କି ପ୍ରେମିକ ସେମାନଙ୍କର ସ୍ନେହ ଏବଂ ପ୍ରେମ ପ୍ରକାଶ କରିବାକୁ ଅନନ୍ୟ ଉପାୟ ଖୋଜନ୍ତି। ବ୍ରିଟେନର ଜଣେ ଯୁବତୀ ପ୍ରେମିକଙ୍କ ନାମକୁ ତାଙ୍କ କପାଳରେ ସ୍ଥାୟୀ ଭାବେ ଟାଟୁ କରିଥିବା ଜୋର୍‌ ଦେଇ କହିବା ପରେ ସେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଇନଫ୍ଲୁଏନ୍ସର ଆନା ଷ୍ଟାନ୍‌ସ୍କୋଭସ୍କି ନିଜ କପାଳରେ ‘କେଭିନ୍‌’ ନାମ ଲେଖାଯାଇଥିବା ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଜଣେ ଟାଟୁ କଳାକାର ତାଙ୍କ କପାଳରେ ‘କେଭିନ’ ନାମକୁ ବଡ଼ ବଡ଼ କଳା ଅକ୍ଷରରେ ଲେଖୁଥିବାର ନଜର ଆସିଛନ୍ତି। ଯଦିଓ ସେ ପ୍ରାରମ୍ଭରେ ଯନ୍ତ୍ରଣା ଏବଂ ଅସନ୍ତୋଷ ପ୍ରକାଶ କରୁଥିଲେ ପରେ ଏହି ଟାଟୁକୁ ନେଇ ସେ ଅତ୍ୟଧିକ ଖୁସି ଜଣାପଡୁଥିଲେ।

ସେ ଇନ୍‌ଷ୍ଟାଗ୍ରାମରେ ଭିଡିଓ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ମୋ ମୁହଁରେ ମୋ’ ବିଏଫ୍‌ ବା ବୟଫ୍ରେଣ୍ଡ ନାମରେ ଟାଟୁ କରିଛି।

ତେବେ ସୋସିଆଲ ମିଡିଆରେ ୟୁଜରମାନେ ଏହି ଭିଡିଓକୁ ନକଲି ବୋଲି କହିଥିବା ବେଳେ ସୋସିଆଲ ମିଡିଆ କ୍ଲଟ୍‌ ପାଇଁ ଷ୍ଟଣ୍ଟ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଟ୍ରୋଲ୍‌ କରିଥିଲେ। ଅନେକ ମଧ୍ୟ ସନ୍ଦେହ ପ୍ରକାଶ କରିଥିଲେ ଯେ, କାଳିରେ ନକଲି କରାଯାଇଛି। ଜଣେ ୟୁଜର ଲେଖିଛନ୍ତି, ଟାଟୁ କଳାକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ଯୁବତୀ ଅଧିକ ଫଲୋଅର୍ସ ବଢ଼ାଇବା ପାଇଁ ଏହା ଏକ ନିରାଶା ପ୍ରୟାସ।’

ଅନ୍ୟ ଜଣେ ୟୁଜର କହିଛନ୍ତି, ମେଶିନରେ ପ୍ରକୃତରେ କୌଣସି ଛୁଞ୍ଚି ନାହିଁ, ଅନ୍ୟ ଜଣେ କହିଛନ୍ତି, ଏହା ଏକ ଉପହାସ। ଅନ୍ୟ ଜଣେ ୟୁଜର କହିଛନ୍ତି, କେହି ଆପଣଙ୍କୁ ତାହା କହି ନାହାନ୍ତି କି, ଯଦି ତୁମେ ତୁମ ପ୍ରେମିକଙ୍କ ନାମକୁ ନିଜ ଦେହରେ ରଖ, ତୁମର ବ୍ରେକ୍‌ଅପ୍‌ ହେବ ଏହା ସତ ବୋଲି।

ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀ ଜଣକ କହିଥିଲେ, ତାଙ୍କ ଟାଟୁ ପ୍ରକୃତ ଅଟେ। ସେ କହିଛନ୍ତି, ‘ମୁଁ ନିଜେ ଏହା ମଧ୍ୟ ବିଶ୍ୱାସ କରିପାରୁ ନାହିଁ ଯେ, ମୁଁ ଏହା କରିଛି।’

ଯେତେବେଳେ କିଛି ୟୁଜର କହିଥିଲେ, ସେ ପରେ ଟାଟୁକୁ ନେଇ ଅନୁତାପ କରିବେ। ସେତେବେଳେ ସେ କହିଥିଲେ, ମୁଁ ପ୍ରେମରେ ପଡ଼ିଛି ଏବଂ ଏହି ନିଷ୍ପତ୍ତି ପାଇଁ କଦାପି ଦୁଃଖିତ ହେବି ନାହିଁ।

‘ସମସ୍ତେ ମୋତେ କହୁଥିଲେ ମୁଁ ଦୁଃଖିତ ହେବି ଏବଂ ପ୍ରତ୍ୟେକ ଥର ମୁଁ ଆଇନାକୁ ଚାହିଁଲେ ମୁଁ ଠିକ୍‌ … ମୁଁ ପ୍ରେମରେ ଅଛି। ମୁଁ ଟାଟୁକୁ ଭଲପାଏ ଏବଂ ମୋ ପ୍ରେମିକକୁ ଭଲପାଏ। ମୁଁ ଭାବୁଛି ଯଦି ତୁମେ ପ୍ରକୃତରେ କାହାକୁ ଭଲ ପାଅ ତୁମକୁ ଏହାକୁ ଦେଖାଇବାକୁ ପଡ଼ିବ … ତୁମେ ଜାଣ, ତୁମେ ଏହାକୁ ପ୍ରମାଣ କରିବାକୁ ପଡ଼ିବ। ତେଣୁ ମୁଁ ଭାବୁଛି ଯଦି ତୁମର ପ୍ରେମିକା ବା ପ୍ରେମିକ ତାଙ୍କ ‘ମୁହଁରେ ତୁମର ନାମର ଟାଟୁ ଚାହୁଁନାହାନ୍ତି ତେବେ ତୁମକୁ କେବଳ ଏକ ନୂଆ ଗର୍ଲଫ୍ରେଣ୍ଡ ଖୋଜିବାକୁ ପଡ଼ିବ। କାରଣ ମୁଁ ଭାବୁଛି ସେ ତୁମକୁ ଭଲ ପାଆନ୍ତିନି। ତେଣୁ ପ୍ରେମ ପରିପ୍ରକାଶ କରିବାକୁ ହେଲେ ଏମିତି କରିବାକୁ ପଡ଼ିବ। ତାଙ୍କର ଏହି କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri