Categories: ଫୁରସତ

ହାତୀକୁ କଦଳୀ ଦେଉଥିଲେ ଯୁବତୀ, ଦେଲା ପାନେ, ଭିଡିଓ ଦେଖିଲେ…

ହାତୀମାନେ ଶାନ୍ତିପୂର୍ଣ୍ଣ ପ୍ରାଣୀ ହୋଇଥିଲେ ମଧ୍ୟ ଯେତେବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ଆସିଥାଏ ସେମାନେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏମିତି ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ଜଣେ ଯୁବତୀ ହାତୀ ପାଖକୁ ଯାଇ ତାକୁ ନିଜ ହାତରେ କଦଳୀ ଖାଇବାକୁ ଦେଇଥିଲେ। ପରେ ଯାହା ଘଟିଲା, ଭିଡିଓ ଦେଖିଲେ ଜାଣିପାରିବେ…

travel.2060 ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ଯୁବତୀ ହାତୀକୁ କଦଳୀ ଖାଇବାକୁ ଦେଉଛନ୍ତି। ହାତୀଟିର ଆକାର ଦେଖି ସାଧାରଣ ଲୋକ ଭୟଭୀତ ହୋଇଯାନ୍ତି। କିନ୍ତୁ ଅତି ସାହସର ସହିତ ଯୁବତୀ ଜଣକ ତା’ ନିକଟକୁ ଯାଇ କଦଳୀ ଖାଇବାକୁ ଦେଉଥିଲେ।

ହାତୀ ପଛରେ ପର୍ବତ, ହ୍ରଦ ଇତ୍ୟାଦି ଦେଖିବାକୁ ମିଳିଛି। ଯୁବତୀ ଜଣକ ଏହି ସମୟରେ ଗୋଟିଏ ହାତରେ କଦଳୀ କାନ୍ଧି ଧରିଥିବା ବେଳେ ଆଉ ଏକ ହାତରେ ଗୋଟିଏ କଦଳୀ ଧରିଛନ୍ତି। ହାତୀର ଶୁଣ୍ଢ ଏବଂ ଦାନ୍ତ ଏତେ ବଡ ଦେଖାଯାଉଛି ଯେ, ଯଦି ଥରେ ଠେଲିଦେବ ଜୀବନ ଚାଲିଯିବ। ଯୁବତୀ ଜଣକ ଥରେ ଦୁଇଥର ହାତୀକୁ କଦଳୀ ଖାଇବାକୁ ଦେବା ପାଇଁ ଚେଷ୍ଟା କରନ୍ତି। ତା’ ପରେ ହଠାତ୍‌ ଶୁଣ୍ଢ ଉଠାଇ ଯୁବତୀଙ୍କୁ ଏମିତି ଆକ୍ରମଣ କଲେ ଯେ, ସେ ପଡ଼ିଗଲେ।

ଏହି ଭିଡିଓଟି ବର୍ତ୍ତମାନ ସୁଦ୍ଧା ୮୯ ଲକ୍ଷ ଭ୍ୟୁ ପାଇଛି। ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ହାତୀମାନେ ବହୁତ ଚତୁର, ସେମାନଙ୍କ ସହ ଖେଳିବା ଉଚିତ ନୁହଁ। ଜଣେ କହିଛନ୍ତି, ଲୋକମାନେ ନିଜକୁ ଭଲ ପାଆନ୍ତି ନାହିଁ ଯେ, ସେମାନେ ଏପରି କାର୍ଯ୍ୟ କରିବାକୁ ପହଞ୍ଚନ୍ତି। ଜଣେ କହିଛନ୍ତି, ଏଭଳି ଘଟଣା ଆଶା କରାଯାଇ ନ ଥିଲା, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

Share