
ବାଲେଶ୍ବର,୩୧।୩: ବାଲେଶ୍ବର ଜିଲା ବ୍ରହ୍ମପୁର ଥାନା ଭୋଗଦିଆ ଗାଁରେ ସୋମବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲେଶ୍ବର ସିନ୍ଧିଆର ବନ୍ଦିତା ମହାନ୍ତି।
ମିଳିଥିବା ସୂଚନା ମୁତାବକ, ବନ୍ଦିତା ମାମୁଁ ଘରକୁ ବୁଳିବା ପାଇ ଆସିଥିଲେ। ହେଲେ ସେ ସୋମବାର ପୋଖରୀକୁ ଗୋଧୋଇବା ଯାଇ ପାଣିରେ ବୁଡି ଯାଇଥିଲେ। ସେଠାରେ ଥିବା ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି।