Categories: ଜାତୀୟ

ନୂଆବର୍ଷ ପାର୍ଟିରେ ଯୁବତୀଙ୍କୁ ହତ୍ୟା

ମୁମ୍ବାଇ, ୩ା୧: ନୂଆବର୍ଷ ପାର୍ଟି ଚାଲିଥିବାବେଳେ ମୁମ୍ବାଇରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଛନ୍ତି। ଘଟଣା ମୁତାବକ, ଖାର ଅଞ୍ଚଳରେ ଜାହ୍ନବୀ କୁକରେନା ସାଙ୍ଗମାନଙ୍କ ସହ ଏକ ବିଲ୍ଡିଂ ଛାତ ଉପରେ ପାର୍ଟି କରୁଥିଲେ। ସେହି ସମୟରେ ତାଙ୍କ ଦୁଇ ବନ୍ଧୁଙ୍କୁ ସେ ଆପତ୍ତିଜନକ ଅବସ୍ଥାରେ ଦେଖଦେଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଉଭୟେ ଜାହ୍ନବୀଙ୍କ ମୁଣ୍ଡକୁ ରଡ୍‌ରେ ପିଟି ଦେଇଥିଲେ। ଉଭୟଙ୍କୁ ପୋଲିସ ଗିରଫ କରିଛି। କଟକଣା ସତ୍ତ୍ୱେ ସେମାନେ କିପରି ଏହି ପାର୍ଟି ଆୟୋଜନ କରିଥିଲେ ତାହାର ତଦନ୍ତ ଚାଲିଛି।

Share