ଭୁବନେଶ୍ୱର,୧୫।୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ଏକ କ୍ଲବରେ ଖାଉଥିବାବେଳେ ଯୁବତୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରି ମାରିଦେବାର ଧମକ ଦେଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଦିଲୀପ କୁମାର ରାଉତ। ତେବେ ଏହି ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଥିବା ସୂଚନା ଦେଇଛି।