ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

ନାକଟୀଦେଉଳ,୧ା୯(ବୈକୁଣ୍ଠନାଥ ସାହୁ): ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହିଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲା ନାକଟୀଦେଉଳ ଥାନା ସାହେବୀ ଅଞ୍ଚଳରୁ। ଅଭିଯୋଗ କ୍ରମେ ପୋଲିସ ସାହେବୀ ଗାଁର ହରି ବେହେରାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ନାଳରେ ଶୌଚ ସମୟରେ ସମ୍ପୃକ୍ତା ଯୁବତୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ତାଙ୍କୁ ଚାପୁଡା ମାରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ଲୁଚାଇବା ପାଇଁ ପାଖରେ ଥିବା ବୁଦାରେ ମୃତଦେହ ଲୁଚାଇ ଦେଇଥିଲି। ରାତିରେ ନାଳ ସମୀପ କାଉଁଶୀଖୁଜ ଜଙ୍ଗଲକୁ ମୃତଦେହ ନେଇ ଫିଙ୍ଗି ଦେଇଥିବା ଅଭିଯୁକ୍ତ ପଚରାଉଚରା ବେଳେ ସ୍ବୀକାର କରିଥିବା ସମ୍ବଲପୁର ଅତିରିକ୍ତ ଏସ୍‌ପି ଆଲବିନୁସ କେରକେଟା କହିଛନ୍ତି। ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବଳାତ୍କାର ହୋଇଛି କି ନାହିଁ ତାହା ଜଣାପଡିବ ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଘର ନିକଟ ସୁଆଗିଝରଣ ନାଳକୁ ସମ୍ପୃକ୍ତା ୧୯ବର୍ଷୀୟା ଯୁବତୀ ଗାଧୋଇବାକୁ ଯାଇଥିଲେ। ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ନାଳ ନିକଟକୁ ଯାଇଥିଲେ। ଗାଧୁଆ ତୁଠରେ ତାଙ୍କ ଚପଲ, ଡ୍ରେସ ଏବଂ ମୋବାଇଲ ପଡିଥିବା ବେଳେ ସେଠାରେ ତାଙ୍କ ପତ୍ତା ମିଳି ନ ଥିଲା। ପରିବାର ଲୋକେ ଆଖପାଖ ସ୍ଥାନରେ ବହୁ ସମୟ ଧରି ଖୋଜାଖୋଜି କରି ଝିଅକୁ ନ ପାଇ ନାକଟୀଦେଉଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ହତ୍ୟା କରାଯାଇଛି ଏବଂ ସାହେବୀ ଗ୍ରାମର ହରି ବେହେରାଙ୍କ ଏଥିରେ ହାତ ଅଛି ବୋଲି ସେମାନେ ସନ୍ଦେହ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିଥିଲା।

ଘଟଣାକ୍ରମରେ ରବିବାର ସକାଳୁ ଝାରବେଡ଼ା ପାଣ୍ଡୁରିପଶି ସାହି ନିକଟ କାଉଁଶୀଖୁଜ ଜଙ୍ଗଲ ପାଖ ଜମିକୁ କାମ କରିବାକୁ ଯାଇଥିବା ଝାରବେଡ଼ା ଗ୍ରାମର କେତେଜଣ ମହିଳା ପଚାଗନ୍ଧ ଆସୁଥିବା ସ୍ଥାନକୁ ଯିବାରୁ ସେଠାରେ ଏକ ଖାଲ ସ୍ଥାନରେ ଉଲଗ୍ନ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପାଇ ରେଢାଖୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ସାମଲ ଏବଂ ନାକଟୀଦେଉଳ ଥାନା ଅଧିକାରୀ ଝସକେତନ ଭୋଇ ସାଇଣ୍ଟିଫିକ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ଗଳିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇବାକୁ ଉଦ୍ୟମ କରିବା ବେଳେ ଉତ୍ତ୍ୟକ୍ତ ଲୋକେ ଏହାକୁ ବିରୋଧ କରିଥିଲେ। ହତ୍ୟାକାରୀଙ୍କୁ ଘଟଣାସ୍ଥଳକୁ ଆଣି ଡ଼େମୋ ଦେଖାଇବା ପରେ ମୃତଦେହ ଉଠାଇବା ଦାବି କରି ମଧ୍ୟାହ୍ନ ୧୨ଟାରୁ ନାକଟୀଦେଉଳ-ବାଟଗାଁ ରାସ୍ତାର ଝାରବେଡାଠାରେ ଅବରୋଧ କରିଥିଲେ। ଖବର ପାଇଁ ନାକଟୀଦେଉଳ ତହସିଲଦାର ଅମର କୁମାର ଡୁଙ୍ଗଡୁଙ୍ଗ, ରେଢାଖୋଲ ଏସ୍‌ଡ଼ିପିଓ ସାମଲ ଏବଂ ନାକଟୀଦେଉଳ ଥାନା ଅଧିକାରୀ ଭୋଇ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଅଭିଯୁକ୍ତ ଗିରଫ ହୋଇଥିବା ଅବଗତ କରାଯିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରମାକାନ୍ତଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଆଜି ସ୍ବର୍ଗଦ୍ୱାରରେ ହେବ ଶେଷକୃତ୍ୟ

ଭୁବନେଶ୍ୱର,୧୭ା୩: ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖାରବେଳନଗସ୍ଥିତ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବା ସହ...

ଶଗଡ଼କୁ ଧକ୍କା ଦେଇ XUV ଫେରାର, ବୃଦ୍ଧାଙ୍କ ସମେତ ବଳଦ ମୃତ

ଦେବଗଡ଼,୧୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ଶଗଡ଼କୁ ଧକ୍କା ଦେଇ XUV...

ସୁପର ସ୍ପେଶାଲିଟି ଡାକ୍ତରଖାନାର ଉଦ୍‌ଘାଟନ କରିବେ ଶାହା

ସମ୍ବଲପୁର,୧୭ା୩(ପ୍ରମୋଦ ବହିଦାର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୨ଓ ୨୩ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ ୨୨ରେ ସମ୍ବଲପୁରରେ...

ଦିନେ ଛାଡ଼ି ଦିନେ ହେଉଛି ପାନୀୟ ଜଳ ଯୋଗାଣ: ବର୍ଷା ଅପେକ୍ଷାରେ ଅଞ୍ଚଳବାସୀ

ରାଇକିଆ,୧୭ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସହରର ପାନୀୟ ଜଳ ଯୋଗାଣ ହେଉଛି ଏକ ପ୍ରମୁଖ ସମସ୍ୟା। ସହରବାସୀଙ୍କ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ୨ଗୁରୁତର

ଗୋପାଳପୁର,୧୭।୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭର ବ୍ରିଜ ନିକଟ ବିଲୁ ଢ଼ାବା ସମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା...

ଆଗକୁ କାଳବୈଶାଖୀ: ୨୦ରୁ ୨୬ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩: ଆଗକୁ ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ୍‌ ଲାଇନ ପ୍ରଭାବରେ ଆସନ୍ତା...

ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ୭ ପରିବାର: ବିପନ୍ନଙ୍କୁ ସହାୟତା ଦେଲେ ବିଧାୟକ

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଦୋମୁହାଣୀ ପଞ୍ଚାୟତର ବଞ୍ଜର ସାହି ନିକଟସ୍ଥ ତିନିସାହିରେ ରବିବାର ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ୧୦...

୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ

ବାଲେଶ୍ୱର,୧୭।୩(ବାଞ୍ଛାନିଧି ଦେ)- ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ରୂପସା ସାମିଲ ହାସନପୁର ଗ୍ରାମରେ ଏକ ବଡ଼ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image