ବରୀ,୬।୧୧(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ଚିଙ୍ଗୁଡ଼ିଆ ନଦୀର ଶାଖା ଦୁଧେଇ ନଦୀରେ ଜଣେ ଯୁବତୀ ଭାସିଯାଉଥିବାବେଳେ ଉଦ୍ଧାର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଅବସର ପ୍ରାପ୍ତ ସେନା କର୍ମଚାରୀ ଅକ୍ଷୟ ପଢିହାରି ଓ ଦିଲ୍ଲୀପ ପଢିହାରି ସାହାସିକତା ଦେଖାଇ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଉକ୍ତ ଯୁବତୀଙ୍କର ଅବସ୍ଥା ସ୍ଥିର ରହିଛି।
ପ୍ରକାଶ ଥାଉକି ଯୁବତୀ ଜଣଙ୍କ ଅରଙ୍ଗାବାଦ ପଞ୍ଚାୟତ ରଜୁ ଜେନାଙ୍କ ଝିଅ ତୁଳସୀ ଜେନା(୨୦)। ଉଦ୍ଧାରକାରୀ ଦୁଇ ଯୁବକଙ୍କ ଏଭଳି ସାହାସିକତା ଯୋଗୁଁ ଗୋଟିଏ ଜୀବନ ରକ୍ଷା ପାଇଥିବାରୁ ସାଧାରଣରେ ତାଙ୍କୁ ପ୍ରଶଂସା କରାଯାଇଛି।