Categories: ଫୁରସତ

ସାପର ଜୋତା ପିନ୍ଧି ରାସ୍ତାରେ ଚାଲିଲେ ଯୁବତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ବହୁତ ଅଜବ ଜୋତା ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଜୋତା ଏପରି ତିଆରି ହୋଇଛି ଯଦି କେହି ହଠାତ୍‌ ଦେଖିବେ ତେବେ ସେ ଭୟରେ ଚିତ୍କାର କରିବେ। ଏହି ଜୋତା ହେଉଛି କୋବ୍ରା ହୁଡ୍‌ ଷ୍ଟାଇଲ ଜୋତା। ଭାଇରାଲ ଭିଡିଓକୁ ନେଇ କିଛି ୟୁଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି ଜୋତା ପିନ୍ଧିଥିବା ଯୁବତୀଙ୍କ ଉପରେ ୟୁଜରମାନେ ରାଗିଛନ୍ତି। ସେ ଏହାକୁ ସାପ ଦେବତାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।

@ neelu_kaushik_7146_125k ନାମକ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏହି ଜୋତା ବହୁ ଅଜବ। ଭିଡିଓଟି ଅକ୍ଟୋବର ଆରମ୍ଭରେ ଶେୟାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ଭିଡିଓ ୧.୫୮ ଲକ୍ଷରୁ ଅଧିକ ଲାଇକ୍‌ ପାଇଛି। ଏଥି ସହିତ ପ୍ରାୟ ତିନି ଲକ୍ଷ ଲୋକ ଶେୟାର କରିଛନ୍ତି।

ଏହି ଜୋତା ପିନ୍ଧିଥିବା ଯୁବତୀଙ୍କ ମୁହଁ ଭିଡିଓରେ ଦେଖାଯାଉନାହିଁ। ମାତ୍ର ସେ ପିନ୍ଧିଥିବା ଜୋତାଟି ଖୁବ୍‌ ଭୟଙ୍କର ଦେଖାଯାଉଛି। ଭାଇରାଲ ଭିଡିଓ ଉପରେ ଲୋକମାନେ ଅନେକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। କିଛି ୟୁଜର ଏହାକୁ ପସନ୍ଦ କରିଥିବା ବେଳେ ଆଉ କିଛି ୟୁଜର ଏପରି ଜୋତାକୁ ନାପସନ୍ଦ କରିବା ସହ ଯୁବତୀଙ୍କୁ ଟ୍ରୋଲ୍‌ ବି କରିଛନ୍ତି।

Share