ଶାଢ଼ି ପିନ୍ଧି ଯୁବତୀ କଲେ ଏଭଳି ଷ୍ଟଣ୍ଟ୍‌‌…

ନୂଆଦିଲ୍ଲୀ, ୨୯।୮: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ଯୁବତୀ ଶାଢ଼ି ପିନ୍ଧି ଷ୍ଟଣ୍ଟ୍‌ କରୁଥିତ୍ବାର ଦେଖିବାକୁ ମିଳୁଛି। ସାଙ୍ଗରେ ଜଣେ ପୁରୁଷ ବନ୍ଧୁ କୋର୍ଟ ପିନ୍ଧି ଯୁବତୀଙ୍କ ସହିତ ସମାନ ଷ୍ଟଣ୍ଟ୍‌ କରୁଥିବାର ଦେଖିବାକୁ ମିଳୁଛି। ଏହାକୁ ସ୍ନେହା ନାମକ ଜଣେ ୟୁଜରଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଏହି ୧୨ ସେକେଣ୍ଡର ଭିଡ଼ିଓକୁ ଇତିମଧ୍ୟରେ ୨୨ ହଜାରରୁ ଅଧିକ ୟୁଜର ଏହାକୁ ଲାଇକ୍‌ କରିଛନ୍ତି। ସେହିପରି ଏହାକୁ ସାଢ଼େ ୩ ହଜାରରୁ ଅଧିକ ଥର ରିଟୁଇଟ୍‌ ମଧ୍ୟ କରାଯାଇଛି। ଏହି ଭିଡ଼ିଓକୁ ୟୁଜରଙ୍କୁ ଭାରି ପସନ୍ଦ ଆସିଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୨ ଲକ୍ଷ ୯୦ ହଜାରରୁ ଅଧିକ ଥର ଦେଖା ସରିଛି।

Share