ଧନୁଯାତ୍ରା ଦେଖିବାକୁ ଯାଇ ବଳାତ୍କାର ଘଟଣା! ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ,୨୧।୧(ପ୍ରେମାନନ୍ଦ ଖମାରୀ): ବରଗଡ ଧନୁଯାତ୍ରା ଦେଖିବାକୁ ଯାଇ ଯୁବତୀଙ୍କୁ ବଳାତ୍କାର କରିବା ଘଟଣାକୁ ନେଇ ଆସିଲା ବଡ଼ ଖବର। ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ରାକେଶ ଡନସେନାକୁ ଗିରଫ କଲା ପୋଲିସ। ଟିଟିଲାଗଡ଼ ରେଲୱେ ଷ୍ଟେସନରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ। କହିରଖୁଛୁ କି, ଆଜି ମୁଖ୍ୟ ଅଭିଯୁକ୍ତକୁ ଧରିବା ଦାବିରେ ବରଗଡ଼ ବନ୍ଦ ହୋଇଥିଲା।

ପ୍ରକାଶ ଯେ, ପୀଡ଼ିତା ଗତ ୧୨ତାରିଖରେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସିଥିଲେ, କିନ୍ତୁ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କ ମୋବାଇଲକୁ ଫୋନ୍‌ କରିବାରୁ ପୀଡ଼ିତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ଫଳରେ ସେମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପୀଡ଼ିତାଙ୍କ ପତ୍ତା ମିଳି ନଥିଲା। ଅନ୍ୟପଟେ କିଛି ସମୟ ପରେ ପୀଡ଼ିତାଙ୍କ ନମ୍ବରରୁ ତାଙ୍କ ପରିବାରଙ୍କ ଅନ୍ୟଜଣେ ସଦସ୍ୟଙ୍କୁ କେହିଜଣେ ଫୋନ କରିଥିଲେ ଏବଂ ଯୁବତୀ ଜଣକ କୁର୍ଲା ଜଙ୍ଗଲରେ ପଡ଼ିଥିବା ସୂଚନା ଦେଇଥିଲେ। ଅପରପକ୍ଷେ ମଙ୍ଗଳବାର ସକାଳେ ଯୁବତୀ ଜଣକ କୁର୍ଲା ଜଙ୍ଗଲ ଭିତରେ ପଡ଼ିଥିବା ନେଇ ଜଣେ ଯୁବକ ଫୋନ କରିଥିଲେ। ତାଙ୍କ ସୂଚନାକୁ ଆଧାର କରି ପରିବାର ଲୋକେ ଘଟଣାସ୍ଥଳରୁ ଯୁବତୀଙ୍କୁ ଉଦ୍ଧାର କରି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା କହିଛନ୍ତି।

Share
Tags: baragarhrape