ଭୁବନେଶ୍ୱର,୯।୭: ରାଜଧାନୀରେ ଏକ ଭଡ଼ା ଘରୁ ସନ୍ଦେହଜନକ ଭାବେ ଯୁବତୀଙ୍କୁ ଝୁଲନ୍ତା ମୃତଦେହ ଜବତ ହୋଇଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେସିଆଣି ନିକଟ ଶ୍ରୀରାମନଗର ବସ୍ତି ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତ ଯୁବତୀଙ୍କ ନା କଶିସ ଓ ଘର ଉତ୍ତରପ୍ରଦେଶ ବୋଲି ଜଣାପଡ଼ିଛି।
ସେଠାରେ ରହୁଥିବା ଲୋକଙ୍କ କହିବା ଅନୁସାରେ, ଉକ୍ତ ଯୁବତୀଙ୍କୁ ଘରୋଇ କେୟାର ଟେକର ଭାବେ ରଖିଥିଲେ । ସୋମବାର ସନ୍ଧ୍ୟାରେ କୌଣସି କାମରେ ପରିବାର ଲୋକ ବାହାରକୁ ଯାଇଥିବା ବେଳେ ଯୁବତୀ ଜଣକ ବେକରେ ଦଉଡି ଦେଇ ଫ୍ୟାନରେ ଝୁଲି ପଡ଼ିଥିଲେ । ଘର ବାହାର ପଟୁ ତାଲା ପଡ଼ିଥିବା ବେଳେ ଭିତରେ ମୃତ ଦେହ ଥିବା ଦେଖି ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ ।ପରେ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।