ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ: ଯୁବକ ଗିରଫ

ଗୋପବନ୍ଧୁ ନଗର,୨୩ା୫,(ଶାନ୍ତନୁ କୁମାର ମଢୁଆଳ): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳର ଜଣେ ୧୯ ବର୍ଷିୟା ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଚତୁରୀ ଗ୍ରାମର ନିହାର ରଞ୍ଜନ ସିଂ (୨୨)। ସେ ଉକ୍ତ ଯୁବତୀଙ୍କ ସହ କିଛି ଦିନ ହେଲା ପ୍ରେମ ସମ୍ପର୍କ ରଖି ଆସିଥିଲେ। ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଉଭୟ ଉଭୟଙ୍କୁ କଥା ଦେଇଥିଲେ। ତେବେ ଯୁବତୀ ଜଣକ କୌଣସି କାରଣରୁ ବିବାହ କରିବାକୁ ମନା କରି ଦେବା ସହ ପ୍ରେମିକଠାରୁ ଦୂରେଇ ଯାଇଥିଲେ। ଫଳରେ ଯୁବକ ଜଣକ ପୂର୍ବରୁ ଉଠାଇଥିବା ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ଗତ ୧୧ ତାରିଖରେ ଭାଇରାଲ କରିଥିଲେ। ଯୁବତୀ ଜଣକ ଏହା ଜାଣିବା ପରେ ଥାନା ଦ୍ବାରସ୍ଥ ହୋଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୮୨/୨୪) ରୁଜୁ କରି ବୁଧବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।