ଓଢ଼ଣି ଲଗାଇ ଜୀବନ ହାରିଲେ ଯୁବତୀ: ପ୍ରେମ ସମ୍ପର୍କରୁ ନାଁ ଆଉ କିଛି…

ସମ୍ବଲପୁର,୨୬ା୧୦(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଲା ଡ୍ରାଇଭର କଲୋନୀରେ ରହୁଥିବା ଜଣେ ଯୁବତୀ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଯୁଯୁମୁରା ବ୍ଲକ ବାର୍ଲେ ଗ୍ରାମର ସୋନାଲି ବେହେରା। ଧନୁପାଲିରେ ଏକ ସୁନା ଦୋକାନରେ କାର୍ଯ୍ୟ କରୁଥିବା ସୋନାଲି ମଙ୍ଗଳବାର ନିଜ ଗ୍ରାମରୁ ସମ୍ବଲପୁର ଆସି ପୂଜା ଦେଖି ରାତିରେ ସେ ଘରକୁ ଫେରି ଶୋଇଥିଲେ।

ମାତ୍ର ସକାଳେ ଦୀର୍ଘ ସମୟ ଧରି ତାଙ୍କ ଘର କବାଟ ନ ଖୋଲିବାରୁ ପଡ଼ୋଶୀ ଲୋକେ ଝରକାପଟୁ ସୋନଲି ଘର ଛାତ ଲୁହାପାଇପ୍‌ରେ ବେକରେ ନିଜ ଓଢ଼ଣୀ ଦେଇ ଓହଳିପଡିଥିବା ଦେଖିଥିଲେ। ଏ ସମ୍ପର୍କରେ ପଡ଼ୋଶୀଙ୍କଠାରୁ ଖବର ପାଇ ଧନୁପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୋନାଲିଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଅନ୍ୟପକ୍ଷେ ପୋଲିସ ସୋନାଲି ରହୁଥିବା ଘର ଭିତରୁ ତାଙ୍କ ହାତଲେଖା ଡାଏରୀ ଜବତ କରିଛି। ଏଥିରେ ଜଣେ ଯୁବକଙ୍କ ସମ୍ପର୍କରେ ଲେଖାଯାଇଥିବାରୁ ପ୍ରେମ ସମ୍ପର୍କକୁ ନେଇ ସେ ଆମତ୍ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଦଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Share