ଲକ୍ଷ୍ନୌ,୩୦ା୮: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ବିନା ଅନୁମତିରେ ପାର୍ଟି କରୁଥିବା ୭ ବିଦେଶୀ ପୁରୁଷ ଏବଂ ୪ ବିଦେଶୀ ଯୁବତୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ରାତିରେ ଏହିମାନେ ବିନା ଅନୁମତିରେ ପାର୍ଟି କରୁଥିଲେ। ପୋଲିସ ଘଟଣାସ୍ଥଳରୁ ୭ ପୁରୁଷ ଏବଂ ୪ ଯୁବତୀଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ୩୦୦ ବିଦେଶୀ ବ୍ରାଣ୍ଡ ମଦ ମଧ୍ୟ ଜବତ କରିଛି। ପୋଲିସ କହିଛି ଯେ, ଏହି ପାର୍ଟିରେ ଅନେକ ଲୋକ ଜଡ଼ିତ ଥିଲେ। ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ସୁରଜପୁର ପୋଲିସ ଷ୍ଟେଶନକୁ ସୂଚନା ଦିଆଯାଇଥିଲା ଯେ, କିଛି ଲୋକ ଗ୍ରେଟର ନୋଏଡା ଅଞ୍ଚଳରେ ଥିବା ଏକ ଘରେ ବିନା ଅନୁମତିରେ ରେଭ୍ ପାର୍ଟି ଆୟୋଜନ କରୁଛନ୍ତି। ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୧୧ ଜଣଙ୍କୁ ଗିରଫ କରିଥିଲା। ପୋଲିସ କହିଛି ଯେ, ଏହି ପାର୍ଟିରେ ୫୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏହି ଚଢ଼ାଉ ବେଳେ ୧୧ ଜଣ ଧରା ପଡ଼ିଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ।