Categories: ଫୁରସତ

କୁନି ପିଲାଟି ଧରିଦେଲେ ବିଶାଳ ସାପ: ଆଉ ତା’ପରେ ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓ

ନିକଟରେ ଏକ ବିପଜ୍ଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ଏକ ବିଶାଳ ସାପ ଧରୁଥିବାର ଦେଖାଯାଏ। କିନ୍ତୁ ଏକ ଶିଶୁ ସେଠାରେ ପହଞ୍ଚି ସାପକୁ ଧରିବା ଆରମ୍ଭ କରିଥିଲେ। ସେଠାରେ ଠିଆ ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ଲୋକମାନେ ବିଶାଳ ସାପକୁ ଏକ ବ୍ୟାଗରେ ରଖିଦିଅନ୍ତି।
ଏହି ଭାଇରାଲ ଭିଡିଓ କର୍ଣ୍ଣାଟକର ଶାଲିଗ୍ରାମର ବୋଲି କୁହାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଡା, ଦୁର୍ଗାପ୍ରସାଦ ହେଗଡେ ନାମକ ଜଣେ ୟୁଜର୍ସ ଶେୟାର କରିଛନ୍ତି। ଏଥିରେ ଦେଖାଯାଏ ଜଣେ ବୃଦ୍ଧ ବିଶାଳ ସାପ ଲାଞ୍ଜକୁ ଧରିଛନ୍ତି, ଖାଲି ହାତରେ ପିଲାଟି ଆସି ସାପକୁ ବେକରୁ ଧରିଛନ୍ତି। ଆରମ୍ଭରେ ପିଲାଟି ଦ୍ୱିଧାବୋଧ ଦେଖାଯାଏ ଏବଂ ସାପକୁ ବେକରେ ଧରିବାକୁ ଚେଷ୍ଟା କରେ। ପିରେ ପିଲାଟି ସାପ ବେକକୁ ଧରି ଏକ ଅଖାରେ ପୂରାନ୍ତି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୬୮ ହଜାର ୟୁଜର୍ସ ଦେଖିଛନ୍ତି। ଏ ପର୍ଯ୍ୟନ୍ତ ୧୩୦୦ରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି ଏବଂ ବହୁ ସଂଖ୍ୟକ ଲୋକ ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛନ୍ତି।

Share