ସାନଭାଇଙ୍କୁ ଗୁଳିକରି ହତ୍ୟା ଘଟଣା: ଅଭିଯୁକ୍ତ ହତ୍ୟାକାରୀ ବଡ଼ଭାଇ କୋର୍ଟ ଚାଲାଣ

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ବେଡ଼ାଗାଁ ପଞ୍ଚାୟତ ଦେହେଡ଼ା ଗାଁରେ ପୂର୍ବ ଶତ୍ରୁତାରୁ ବଡଭାଇ ସାନଭାଇଙ୍କୁ ଶୁକ୍ରବାର ରାତିରେ ଗୁଳିକରି ହତ୍ୟାରେ ସାନଭାଇଙ୍କ ମୃତ୍ଯୁ ଘଟିଥିବା ଘଟଣାରେ ଅଭିଯୁକ୍ତ ବଡଭାଇ କୃଷ୍ଣ ମାଝୀକୁ ରବିବାର କୋର୍ଟ ଚାଲାଣ କରିଛି ବିଶ୍ୱନାଥପୁର ପୋଲିସ ।

ଏହି ହତ୍ୟା ଘଟଣାଟି ଶୁକ୍ରବାର ରାତିରେ ଘଟିଥୁବାବେଳେ ଶନିବାର ଏହା ଲୋକଲୋଚନକୁ ଆସିଥିଲା । ଏ ନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି ହତ୍ୟାକାରୀ ବଡ଼ଭାଇଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ହେଲେ କୃଷ୍ଣ ମାଝୀ।

ସୂଚନାନୁସାରେ କୃଷ୍ଣ ଓ ତାଙ୍କ ସାନଭାଇ ପୂର୍ଣ୍ଣ ମାଝୀ (୩୫)ଙ୍କ ମଧ୍ଯରେ କୌଣସି କାରଣରୁ ଗତବର୍ଷ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୂର୍ଣ୍ଣ ଉଭ୍ୟକ୍ତ ହୋଇ କୃଷ୍ଣଙ୍କୁ ମାଡ଼ ମାରି ଆହତ କରିଦେଇଥିଲେ। ଏହି ଗଣ୍ଡଗୋଳକୁ ନେଇ ରାଗ ରଖି କୃଷ୍ଣ ପ୍ରତିଶୋଧ ପରାୟଣ ହୋଇ ଶୁକ୍ରବାର ରାତ୍ର ୮ଟା ସମୟରେ ପୂର୍ଣ୍ଣ ଘରେ ଶୋଇଥିବା ସମୟରେ ଦେଶୀ ବନ୍ଧୁକରେ ଗୁଳି କରିଥିଲେ।

ଫଳରେ ଘଟଣାସ୍ଥଳରେ ପୂର୍ଣ୍ଣଙ୍କ ମୃତ୍ଯୁ ହୋଇଯାଇ ଥିଲା। ଏ ନେଇ ଶନିବାର ସକାଳେ ପୂର୍ଣଙ୍କ ସ୍ତ୍ରୀ ଚୁମକି ମାଝୀ ଓ ପରିବାର ଲୋକେ ବିଶ୍ଵନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଯିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚୁ ଅଭିଯୁକ୍ତ କୃଷ୍ଣଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ହତ୍ୟାରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିଲା ।

କେସିଙ୍ଗା ଏସ୍‌ଡିପିଓ ଅଜୟ ଦାସ, ବିଶ୍ବନାଥପୁର ଥାନା ଅଧିକାରୀ ମମତା ହେମ୍ବ୍ରମ, ଏସଆଇ ବୁଧେରାମ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ମମତା ହେମ୍ବ୍ରମ ପ୍ରକାଶ କରିଥିଲେ ।

ଅଭିଯୁକ୍ତ କୃଷ୍ଣଙ୍କୁ ଗିରଫ କରି ଥାନାକୁ ଆଣି ତଦନ୍ତ ଚଳାଇଥିଲେ ଏବଂ ତଦନ୍ତ ପରେ ବିଶ୍ବନାଥପୁର ଥାନା କେଶ (ନଂ.୯/୨୫) ରେ ଧାରା ୧୦୩(୧) ବିଏନଏସ ୨୫/୨୭ ଅସ୍ତ୍ର ଶସ୍ତ୍ର ଧାରା ଅନୁଯାୟୀ ଅଭିଯୁକ୍ତ କୃଷ୍ଣକୁ ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ବିଶ୍ବନାଥପୁର ଥାନା ଅଧିକାରୀ ମମତା ହେମ୍ବ୍ରମ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜୀରାନଦୀରେ ହେବ ଆନ୍ତଃନଦୀ ଜଳାଶୟ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀରେ ଆନିକଟ୍‌ ତଥା ଆନ୍ତଃନଦୀ ଜଳାଶୟ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋମବାର ରାଜ୍ୟ ସରକାରଙ୍କ...

ଜିଲାସ୍ତରୀୟ ସ୍କାଉଟ୍ସ-ଗାଇଡସ କ୍ୟାମ୍ପୋରି ଉଦଘାଟିତ: ୧୨ଟି ବ୍ଲକର ୫୨୧ ଛାତ୍ରୀଛାତ୍ରଙ୍କ ଯୋଗଦାନ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାସ୍ତରୀୟ ସ୍କାଉଟ୍ସ ଏବଂ ଗାଇଡସ କ୍ୟାମ୍ପୋରିରି ସୋମବାର ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦଘାଟିତ ହୋଇଯାଇଛି । ବରଗଡ଼ ଜିଲା...

ଜନ ଅଭିଯୋଗ ଶୁଣାଣି ଶିବିର: ୫୯ ଅଭିଯୋଗ ପଞ୍ଜୀକୃତ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ...

ସି.ଏମ୍‌ ଟ୍ରଫି ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟନୀ ମ୍ୟାଚରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ବିଜୟୀ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ) – ଓଡ଼ିଶା ସରକାରଙ୍କ କ୍ରୀଡ଼ା, ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର...

ମହିଳାଙ୍କଠାରୁ ଝାମ୍ପିନେଲେ ସୁନାଚେନ

ଗୋପାଳପୁର,୭ା୪(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ ଲୁଟ, ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବେଳାଭୂମିରେ ପ୍ରାତଃ ଭ୍ରମଣ ସମୟରେ ମହିଳାଙ୍କ ଠାରୁ...

ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ରାୟ ସରକାରଙ୍କ ପ୍ରଦତ୍ତ ଅନୁଦାନରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଆଧ୍ୟାତ୍ମିକ...

୨ବର୍ଷ ୧୦ ମାସର ଶିଶୁ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସର ଅଧିକାରୀ

ନୂଆପଡ଼ା,୭ା୪(ମକାରୁ ବେମାଲ)- ମାତ୍ର ୨ ବର୍ଷ ୧୦ ମାସର ଶିଶୁ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସର ଅଧିକାରୀ ହୋଇପାରିଛନ୍ତି। ସେ ହେଲେ ନୂଆପଡ଼ା ଜିଲା ସିନାପାଲି...

ଭକ୍ତମୟ ହେଉଛି ଚନ୍ଦନେଶ୍ୱର ଶୈବପୀଠ, ସମୀକ୍ଷାକଲେ ବିଧାୟକ

ଭୋଗରାଇ, ୭ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳା ମାର୍ଚ୍ଚ ୩୧ରୁ ଧ୍ୱଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image