ସିରିୟଲ କିଲର: ୮ ବର୍ଷର ନାବାଳକ ୩ ଜଣଙ୍କୁ କଲେ ହତ୍ୟା

ପାଟଣା,୧୨।୩: ବିଶ୍ୱରେ ଏମିତି କିଛି ସିରିୟଲ କିଲର ଅଛନ୍ତି,ଯେଉଁମାନେ ବେଶ୍‌ ପରିଚିତ। କାହାକୁ ନ ଚିହ୍ନି ନ ଜାଣି ବିନା କାରଣରେ ହତ୍ୟା କରିଥାନ୍ତି ଏମାନେ। ଏମାନଙ୍କ ମଧ୍ୟରୁ କେତେଜଣ ଧରା ପଡ଼ିଥିବା ବେଳେ ଆଉ କେତେକଙ୍କୁ ଆଜି ବି ପୋଲିସ ଧରିପାରିନାହିଁ। ଏମିତି ଜଣେ ସିରିୟଲ କିଲରଙ୍କ ବିଷୟରେ କହିବୁ, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମାତ୍ର ଏହା ସତ। ମଜାରେ ମଜାରେ ଜଣେ ନାବାଳକ ଏକା ସାଙ୍ଗରେ ୩ ଜଣଙ୍କୁ ହତ୍ୟା କରିଛନ୍ତି।

ଏମିତି ଘଟଣା ଘଟିଛି ବିହାରର ବେଗୁସରାୟ ଅଞ୍ଚଳରେ। ଏଠାକାର ଜଣେ ୮ ବର୍ଷର ନାବାଳକ ଦୁନିଆର ସବୁଠୁ ଛୋଟ ସିରିୟଲ କିଲର। ଯାହାଙ୍କୁ ଭାରତର ସବୁଠୁ ଛୋଟ ସିରିୟଲ କିଲର କୁହାଯାଉଛି। କିଛି ଲୋକ ତାଙ୍କୁ ‘ମିନି ସିରିୟଲ କିଲର’ କହିଥାନ୍ତି। ଏହି ନାବାଳକ ଜଣକ ୩ ଶିଶୁଙ୍କୁ ହତ୍ୟା କରିଛନ୍ତି। ମୃତକମାନଙ୍କ ବୟସ ୩ ବର୍ଷରୁ କମ୍‌ ଥିଲା।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ନାବାଳକ ଜଣକ ପ୍ରଥମେ ୨୦୦୭ରେ ତାଙ୍କ କାକା ପୁଅ ଭାଇଙ୍କୁ ହତ୍ୟା କରିଥିଲେ। କିଛିଦିନ ପରେ ପୁଣି ଜଣେ ସମ୍ପର୍କୀୟ ଭଉଣୀଙ୍କୁ ହତ୍ୟା କଲୋ। ଯାହାର ବୟସ ମାତ୍ର ୬ ମାସ ଥିଲା। ଏହି ଦୁଇଜଣଙ୍କୁ ନାବାଳକ ଜଣକ ପିଟିପିଟି ହତ୍ୟା କରିଛନ୍ତି। ତୃତୀୟ ଥର ପାଇଁ ସେ ଜଣେ ୩ ବର୍ଷର ଝିଅକୁ ହତ୍ୟା କରିଥିଲେ। ମାତ୍ର ଏହା ତାଙ୍କର ଶେଷ ହତ୍ୟାକାଣ୍ଡ ଥିଲା। କାରଣ ପୋଲିସ ତାଙ୍କୁ ଧରି ନେଇଥିଲା।

Share