Categories: ଜାତୀୟ

ପାର୍ଟି ବୈଠକରେ ବର୍ଷିଲେ ଅଜିତ ପାଓ୍ବାର, କହିଲେ ବୟସ ୮୦ପାର୍‌ ହେଲାଣି…

ମୁମ୍ବାଇ,୫।୭:ମହାରାଷ୍ଟ୍ରର ଜାତୀୟତାବାଦୀ କଂଗ୍ରେସ ପାଟ(ଏନସିପି) ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ଅଜିତ ପାଓ୍ବାର ଏବଂ ଶରଦ ପାଓ୍ବାର ଦଳର ମାଲିକାନା ନେଇ ପରସ୍ବର ମଧ୍ୟରେ ଅର୍ନ୍ତଦ୍ୱନ୍ଦ କରୁଛନ୍ତି। ତେବେ ଏସବୁ ଭିତରେ ଅଜିତ ପାଓ୍ବାରଙ୍କ ପାର୍ଟି ବୈଠକରେ ଅଜିତ ଖୋଲାଖୋଲି ଭାବେ ଶରଦଙ୍କ ଉପରେ ବର୍ଷିଛନ୍ତି।

ମୁମ୍ବାଇରେ ଅନୁଷ୍ଠିତ ତାଙ୍କ ଦଳର ବୈଠକ ପରେ ଅଜିତ ପାୱାର ଶରଦଙ୍କ ଉପରେ ବର୍ଷିଛନ୍ତି। ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରି ସେ କହଛନ୍ତି, ୨୦୦୪ରେ ଏନସିପିରେ କଂଗ୍ରେସ ଦଳ ଅପେକ୍ଷା ଅଧିକ ବିଧାୟକ ଥିଲେ। ଯଦି ଆମେ ସେତେବେଳେ କଂଗ୍ରେସ ଦଳକୁ ମୁଖ୍ୟମନ୍ତ୍ରୀ ପଦ ଦେଇ ନ ଥାନ୍ତେ, ଆଜି ଏନସିପି ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥା’ନ୍ତା। ଏନସିପି ମୁଖିଆ ଶରଦ ପାଓ୍ବାର ୮୦ ପାର୍‌ କଲେଣି। ସେ ଅବସର ନେଇ ଯାଆନ୍ତୁ।

୨୦୧୭ରେ ଭର୍ଶା ବଙ୍ଗଳା ଠାରେ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନେତାଙ୍କ ନିର୍ଦ୍ଦେଶ କ୍ରମେ ଭଗନ ଭୁଜବଲ, ଜୟନ୍ତ ପାଟିଲ ଏବଂ ଅନ୍ୟ ନେତାଙ୍କ ସହ ମୁଁ ସେଠାକୁ ଯାଇଥିଲି। ବୈଠକରେ ବହୁ ଭାଜପା ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବୈଠକରେ କ୍ୟାବିନେଟରେ ଥିବା ମନ୍ତ୍ରଣାଳୟ ଏବଂ ବିଭିନ୍ନ ମନ୍ତ୍ରୀ ପଦବୀ ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ପରେ ଆମ ଦଳ ଏହି ପଦକ୍ଷେପ ନେଇ ପଛକୁ ହଟିଥିଲା।

ଅନ୍ୟପଟେ ଦଳ ବୈଠକରେ ଅଜିତ, ଶରଦ ପାଓ୍ବାରଙ୍କୁ ନିଜ ସଫଳତା ପାଇଁ କୃତଜ୍ଞତା ଜଣାଉଥିବା ଦେଖିବାକୁ ମିଳିଥିଲା।

Share