Categories: ଜାତୀୟ

ମୋଦିଙ୍କ ଅଗଷ୍ଟ-୧୫ ଭାଷଣରେ ସାମିଲ ହେବ ଆପଣଙ୍କ ମତାମତ: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୩୦।୭: ସ୍ବାଧୀନତା ଦିବସ ୨୦୨୧ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବେ। ଏଥର ପ୍ରଧାନମନ୍ତ୍ରୀଙ୍କ ଭାଷଣ କେମିତି ହେବା ଆବଶ୍ୟକ ସେନେଇ ଆପଣ ମଧ୍ୟ ରାୟ ଦେଇପାରିବେ। ପିଏମ୍‌ଓ ପକ୍ଷରୁ ଟୁଇଟ କରାଯାଇ ଏନେଇ ସୂଚନା ଦିଆଯାଇଛି। ଟୁଇଟ୍‌ରେ କୁହାଯାଇଛି ଯେ, ‘ଆପଣଙ୍କ ବିଚାର ଲାଲକିଲ୍ଲାରେ ଗୁଞ୍ଜରିତ ହେବ। ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପାଇଁ ଆପଣଙ୍କ ମତାମତ କ’ଣ? @mygovindia ରେ ଶେୟାର କରନ୍ତୁ।
ପିଏମ୍‌ଓର ଟୁଇଟର ୧୦ ମିନିଟ ମଧ୍ୟରେ, ପ୍ରାୟ ୭୦୦ ଲୋକ ଏହି ଟୁଇଟ ପସନ୍ଦ କରିଥିଲେ ଏବଂ ଅନେକ ଲୋକ ଭାଷଣ ପାଇଁ ପରାମର୍ଶ ଦେଇଥିଲେ। ଗତ ବର୍ଷ ମଧ୍ୟ ମୋଦି ଟୁଇଟରରେ ଲୋକଙ୍କ ମତାମତ ଏବଂ ପରାମର୍ଶ ମାଗିଥିଲେ। Https://www.mygov.in/ ର ଲିଙ୍କ ପିଏମ୍‌ଓର ଟୁଇଟ୍‌ରେ ଶେୟାର କରାଯାଇଛି, ଯେଉଁଠାରୁ ଆପଣ ଲଗ ଇନ କରି ନିଜର ମତାମତ ଦେଇପାରିବେ।

Share