ଖାସ୍‌ ଅନ୍ଦାଜରେ ଦିଓ୍ବାଲୀ ଶୁଭେଚ୍ଛା ଜଣାଇଲେ ଋଷି ସୁନକ, କହିଲେ ଆପଣଙ୍କ ପ୍ରଥମ ଧର୍ମପରାୟଣ ହିନ୍ଦୁ ପ୍ରଧାନମନ୍ତ୍ରୀ

ଇଂଲଣ୍ଡ,୧୨।୧୧: କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଧୁମଧାମରେ ଆଲୋକର ପର୍ବ ଦୀପାବଳି ଉତ୍ସବ ପାଳନ ଆରମ୍ଭ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ପରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହିକ୍ରମରେ ଭାରତୀୟ ମୂଳ ବ୍ରିଟିଶ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ତ୍ରୀ ଅକ୍ଷରା ମୂର୍ତ୍ତୀଙ୍କ ସହ ୧୦ଡାଉନିଙ୍ଗ ଷ୍ଟ୍ରିଟରେ ଦୀପାବଳି ପାଳନ କରିଛନ୍ତି। ବିଶ୍ୱବାସୀଙ୍କ ଉଭୟ ଏ ଅବସରରେ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି।
ଉତ୍ସବ ଅବସରରେ ସୁନକ କହିଛନ୍ତି, ଆପଣଙ୍କ ପ୍ରଥମ ଧର୍ମପରାୟଣ ହିନ୍ଦୁ ପ୍ରଧାନମନ୍ତ୍ରୀ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି। ଜାତୀୟ ସାଂସ୍କୃତିକ ବିବିଧତାର ଏହା ଏକ ଆକର୍ଷଣୀୟ ପର୍ବ ଅଟେ। ଦୀପକୁ ଆଲୋକିତ କରିବା ସହ ଏହିପରି ଦୁନିଆ ବି ଆଲୋକିତ ହେଉ।

Share