Categories: ଜାତୀୟ

ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ, ସ୍ତ୍ରୀ ଏଭଳି କହିବା ନୁହେଁ ଅପମାନ ଜନକ: କୋର୍ଟ…

ମୁମ୍ବାଇ,୧୬।୯ : ବମ୍ବେ ହାଇକୋର୍ଟ ଛାଡପତ୍ର ସହ ଜଡିତ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ମରାଠୀରେ ’ତୁଲା ଅକଲ ନାହି, ତୁ ଭେଡି ଆହେସ’ (ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ) ଭଳି ସ୍ବାମୀଙ୍କ ପ୍ରତି ସ୍ତ୍ରୀଙ୍କ ଏଭଳି ସାଧାରଣ ବକ୍ତବ୍ୟକୁ ଅପମାନ ଜନକ ବିବେଚନା କରାଯିବ ନାହିଁ। ଏହିପରି ବିବୃତ୍ତିର ପ୍ରସଙ୍ଗ କୌଣସି ବ୍ୟକ୍ତିଙ୍କୁ ଅପମାନିତ କରିବା ନୁହେଁ ।

ଆଇନଗତ ଏବଂ କୋର୍ଟ ମାମଲା ରିପୋର୍ଟ କରୁଥିବା ଏକ ୱେବସାଇଟ ବାର୍‌ ଆଣ୍ଡ ବେଞ୍ଚ ଅନୁଯାୟୀ ଜଷ୍ଟିସ ନିତିନ ସାମ୍ବ୍ରେ ଏବଂ ଶର୍ମିଲା ଦେଶମୁଖଙ୍କ ଡିଭିଜନ ବେଞ୍ଚ କହିଛନ୍ତି ଯେତେବେଳେ ଲୋକମାନେ ଘରେ ମରାଠୀ କୁହନ୍ତି, ସେତେବେଳେ ଏପରି ଜିନିଷ ସାଧାରଣ ଅଟେ ଏବଂ ଏହା ଅପମାନଜନକ ବୋଲି ବିବେଚନା କରାଯାଇପାରିବ ନାହିଁ। ଦର୍ଶାଯାଇଛି ଏହା ଅପମାନ ଉଦ୍ଦେଶ୍ୟରେ କରାଯାଇ ନାହିଁ।

ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ।
ମହିଳାଙ୍କ କହିବାନୁସାରେ, ତାଙ୍କ ସ୍ବାମୀ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ ଏବଂ ତାଙ୍କ ଉପରେ ପାଟି କରୁଥିଲେ। ସେହିପରି ସ୍ବାମୀ ଅଭିଯୋଗ କରିଥିଲେ ସ୍ତ୍ରୀ ତାଙ୍କୁ ମରାଠୀରେ ’ତୁଲା ଅକଲ ନାହି, ତୁ ଭେଡି ଆହେସ’ (ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ) କହିଥିଲେ। ଯାହା ଖରାପ ଭାଷାରେ ଅପମାନଜନକ ସହିତ ସମାନ ଥିଲା।

ସ୍ତ୍ରୀ ସ୍ବାମୀଙ୍କ ବିରୋଧରେ ମିଥ୍ୟା ଆରୋପ ଆଣିଥିବା କୋର୍ଟ କହିଥିଲେ। ସେହିପରି ସ୍ବାମୀଙ୍କ ଅଭିଯୋଗକୁ କୋର୍ଟ ଖଣ୍ଡନ କରିଛନ୍ତି। ତେବେ ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

Share