Categories: ମେଟ୍ରୋ

ପୋଲିସ କର୍ମଚାରୀଙ୍କୁ କାମୁଡ଼ି ଯୁବକ ଗିରଫ

ଭୁବନେଶ୍ୱର, ୧୧।୧୨ (ବ୍ୟୁରୋ): ବିବାହ ଶୋଭାଯାତ୍ରା ଅନୁମତି ପତ୍ରର ନକଲ ମାଗିବାରୁ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ କାମୁଡ଼ି ଦେବା ଅଭିଯୋଗରେ ଖାରବେଳ ନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବଡ଼ଗଡ଼ ଥାନା ଅଞ୍ଚଳର ସଚିନ ସୌରଭ ମହାନ୍ତି। ଶୁକ୍ରବାର ଖାରବେଳନଗର ଥାନା ପୋଲିସ ପାଟ୍ରୋଲିଂ ଡ୍ୟୁଟି ଶେଷ କରି ଥାନାକୁ ଫେରୁଥିବାବେଳେ ଇପାରି ପ୍ଲାଜା ନିକଟସ୍ଥ ଜନପଥରେ ଏକ ବିବାହ ଶୋଭାଯାତ୍ରା ରାସ୍ତାକୁ ସଙ୍କୁଚିତ କରି ଅତିକ୍ରମ କରୁଥିଲା। ଏହି ସମୟରେ ପୋଲିସ ଟିମ ଶୋଭାଯାତ୍ରା ନିକଟକୁ ଯାଇ ଅନୁମତି ପତ୍ରର ନକଲ ମାଗିଥିଲେ। ହେଲେ କେତେଜଣ ବ୍ୟକ୍ତି ପୋଲିସକୁ ବିରୋଧ କରିଥିଲେ। ଏପରିକି ଏଏସ୍‌ଆଇ ଜଗନ୍ନାଥ ମାଝିଙ୍କୁ ଆକ୍ରମଣ କରି କାମୁଡି ଦେଇଥିଲେ।

Share