ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୨୦ା୩-ଜନୈକା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ବ୍ରହ୍ମପୁର ସଦର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ପୀତବାସ ବେହେରା(୩୨)। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ପୃଥକ ପୃଥକ ଭାବେ ଏମ୍‌କେସିଜିରେ ଡାକ୍ତରୀ ମଇନା କରାଯାଇଛି। ମାମଲା ନମ୍ବର ୧୩୩/୨୩ରେ ସୋମବାର ପୋଲିସ ପୀତବାସଙ୍କୁ କୋର୍ଟ ଚାଲାଣ କରିଛି। ସେହିପରି କୋର୍ଟରେ ଧାରା ୧୬୪ ଅନୁସାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି।
ପ୍ରକାଶ ଯେ, ଗତ କିଛି ମାସ ପୂର୍ବେ ପୀତବାସ ତାଙ୍କ ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ହାଇଦ୍ରାବାଦ ନେଇ ପଳାଇଥିଲେ। ସେଠାରେ ସେ ଯୁବତୀଙ୍କୁ ଭଡା ଘରେ ରଖି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିଛିଦିନ ତଳେ ପୀତବାସ ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଇ ନିଜ ଗଁାକୁ ଆଣି ଛାଡି ଦେଇଥିଲେ। ପରେ ଯୁବତୀ ଜଣଙ୍କ ପୀତାବସଙ୍କୁ ବିବାହ କରିବାକୁ ଜିଦ କରିବାରୁ ସେ ତାଙ୍କୁ ଜୀବନରେ ମାରିଦେବାକୁ ଧମକଚମକ ଦେଇଥିଲେ। ପରେ ପୀଡ଼ିତା ଜଣଙ୍କ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ।

Share