ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ବନ୍ଧା ହେଲେ ଯୁବକ

ଡୁଙ୍ଗୁରିପାଲି,୨୫ା୯(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବୈଦୁପାଲି ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଫଟାମୁଣ୍ଡା ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ରାଜୀବ ଖମାରୀ(୨୭)। ଦଫା ୩୭୬(୨)(ଏନ)୪୨୦, ୫୦୬ରେ ଏକ ମାମଲା(୧୯୭/୨୨) ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ସୂଚନା ମୁତାବକ, ବିବାହର ପ୍ରତିଶ୍ରୁତି ଦେଇ ରାଜୀବ ଯୁବତୀଙ୍କ ସହ ଗତ ୬ବର୍ଷ ହେବ ସମ୍ପର୍କ ରଖି ଆସିଥିଲେ। ପରେ ବିବାହ କରିବାକୁ ମନା କରି ଦେଇଥିଲେ। ଅଧିକ କିଛି କହିଲେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ କୁଆଡେ ଧମକ ଦେଇଥିଲେ। ଏଥିସହ ବିଭିନ୍ନ ସମୟରେ ତାଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ୮୦ହଜାର ଟଙ୍କା ରାଜୀବ ନେଇଥିବା ଏତଲାରେ ଦର୍ଶାଯାଇଛି। ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ସତ୍ୟନାରାୟଣ ପଧାନ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ।

Share