ନାବାଳିକା ଅପହରଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୧୭।୧୧(ସ୍ବ.ପ୍ର.): ନାବାଳିକା ଅପହରଣ ମାମଲାରେ କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଛିି। ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ଏସ.କେ.ଫଜଲ୍‌। ତାଙ୍କୁ ବୁଧବାର ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜଣକ ଆନନ୍ଦପୁର ପୌରପରିଷଦ ୭ନଂ ଓାର୍ଡ଼ ମୁଣ୍ଡା ସାହିରୁ ନାବାଳିକାକୁ ଅପହରଣ କରି ଗୁଜୁରାଟର ଅହମ୍ମଦାବାଦକୁ ନେଇ ଯାଇଥିଲେ। ନାବାଳିକାର ମା’ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ମାର୍ଚ୍ଚ ୨ ତାରିଖରେ ୪୬/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅପହୃତା ନାବାଳିକା ପୂର୍ବରୁ ଉଦ୍ଧାର ହୋଇଥିବାବେଳେ ଅଭିଯୁକ୍ତ ଫଜଲ୍‌ ଫେରାର ଥିଲେ। ଆନନ୍ଦପୁର ପୋଲିସର ଉଦ୍ୟମରେ ଅଭିଯୁକ୍ତକୁ ତାଙ୍କ ଘର ଚାନ୍ଦବାଲିରୁ ଗିରଫ କରିଛି। ଅଭିଯୁକ୍ତଙ୍କ ଡାକ୍ତରୀମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆନନ୍ଦପୁର ଥାନା ଅଧିକାରୀ ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।