Advertisement

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଆର.ଉଦୟଗିରି,୨୩ା୫(ଡି.ଏନ.ଏ.): ମୋହନା ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଏବଂ ବଳାକତ୍ାର ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେ ହେଲେ ଅଡ଼ବା ଥାନା ଅନ୍ତର୍ଗତ କାଟ୍ରାକା ଗ୍ରାମର ସାମନ୍ତ ନାୟକ(୨୭)। ଅଭିଯୁକ୍ତଙ୍କର ଏକ ସନ୍ତାନ ଥିବା ବେଳେ ସେ ନାବାଳିକା ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ନାବାଳିକାଙ୍କୁ କଲେଜରେ ପଢ଼ିବା ପାଇଁ ଯୁବକ ସହାୟତା କରିଥିଲେ। ପରେ ୨୦୨୨ ଜୁନ ୨୧ ତାରିଖରେ ଯୁବକ ନାବାଳିକାଙ୍କୁ ପ୍ରଥମେ ଉତ୍ତରପ୍ରଦେଶ, ମୁମ୍ବାଇ ଏବଂ ତେଲଙ୍ଗାନାକୁ ନେଇ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳାକତ୍ାର କରିଥିଲେ। ନାବାଳିକା ଗର୍ଭବତୀ ହେବାପରେ ଗର୍ଭପାତ ମଧ୍ୟ କରାଇଥିଲେ। ଅନ୍ୟପଟେ ନାବାଳିକା ନିଖୋଜ ଥିବା ନେଇ ଘର ଲୋକେ ମୋହନା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ମଧ୍ୟ ଚଳାଇଥିଲା। ଗତ ମାର୍ଚ୍ଚ ମାସରେ ଯୁକ୍ତ୨ ପରୀକ୍ଷା ଦେବାକୁ ନାବାଳିକା ମୋହନା ଆସିଥିବା ବେଳେ ତାଙ୍କୁ ପୋଲିସ ଉଦ୍ଧାର କରିବା ସହ ପଚରାଉଚରା କରିଥିଲା। ଫଳରେ ସମସ୍ତ ଘଟଣା ଜଣାପଡ଼ିଥିଲା। ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କୁ ଧରିବାକୁ ତାଙ୍କ ଫୋନ ନମ୍ବର ଟ୍ରାକ୍‌ କଲାବେଳେ ସେ ମୋହନା ଅଞ୍ଚଳରେ ଥିବା ଜଣାପଡ଼ିଲା। କିନ୍ତୁ ଚଢାଉ ବେଳେ ଦୁଇ ଦୁଇ ଥର ଅଭିଯୁକ୍ତ ପୋଲିସକୁ ଚକମା ଦେଇ ଖସିଯାଇଥିଲା। ରବିବାର ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ କର୍ଚବାଡି ଗ୍ରାମରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share