ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଚମ୍ପୁଆ,୨୭ା୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଉତ୍ତରପ୍ରଦେଶର ବ୍ରିଜିଲାଲ ବୋଲି ଜଣାପଡ଼ିଛି। ସେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ପୋଲିସ ତାଙ୍କୁ କୋର୍ଟଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, ଗତ ବୁଧବାର ଜଣେ ନାବାଳିକାଙ୍କୁ ଅଭିଯୁକ୍ତ ବଳାତ୍କାର କରିଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ (ନଂ. ୧୦/୨୦୨୩) ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିଥିଲା। ଘଟଣାରେ ଅଧିକ ତଦନ୍ତ ଚାଲିଥିବା ଚମ୍ପୁଆ ଥାନା ଅଧିକାରୀ ଗଗନ ବିହାରୀ ନାୟକ କହିଛନ୍ତି।

Share