ଫେସ୍‌ବୁକ କମେଣ୍ଟକୁ ନେଇ ମାଡ଼

ରାଉରକେଲା,୨୨।୬(ଦିନେଶ ମିଶ୍ର): ଫେସ୍‌ବୁକରେ ଏକ କ୍ଲବ ସମସ୍ୟାକୁ ନେଇ କମେଣ୍ଟ କରିଥିବା ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ବନ୍ଧମୁଣ୍ଡା ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର ବି ବସ୍ତିର ପଙ୍କଜ ଭଗତ(୩୧), କ୍ରିଷ୍ଣା ପୂର୍ତ୍ତି(୨୪), ବିକାଶ ରାଉତ(୧୪), ମିଥିଲେଶ ରାଉତ(୨୧), ରୋହିତ ଭଗତ(୨୪) ଓ ନେପାଳି ବସ୍ତିର କୁନାଲ ଥାପା(୩୨)। ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୯୮/୨୩) ରୁଜୁ କରିଛି।

ସୂଚନା ମୁତାବକ, ବନ୍ଧମୁଣ୍ଡା ବି ସେକ୍ଟରର ମହେନ୍ଦ୍ର ମଲ୍ଲିକ ସ୍ଥାନୀୟ ଏକ କ୍ଲବର ସମସ୍ୟାକୁ ନେଇ ଗତ ୧୯ ତାରିଖରେ ଫେସବୁକ୍‌ରେ କିଛି କମେଣ୍ଟ କରିଥିଲେ। ଫଳରେ କ୍ଲବର ଅନ୍ୟ ସଦସ୍ୟମାନେ ତାଙ୍କୁ ଏକ ନିଛାଟିଆ ଜାଗାକୁ ଡାକି ନେଇ ନିସ୍ତୁକ ମାଡ଼ ମାରି ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହେନ୍ଦ୍ରଙ୍କୁ ଉଦ୍ଧାର କରି ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲା। ପରେ ଉକ୍ତ ଘଟଣାକୁ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା।

Share