ଯୁବକଙ୍କୁ ଭଙ୍ଗା କାଚ ବୋତଲରେ ଆକ୍ରମଣ: ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ, ୧୩।୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଖଣ୍ଡରା ଗାଁରେ ଗୁରୁବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଭଙ୍ଗା କାଚ ବୋତଲରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ନିଳାଞ୍ଚଳ ଗୈାଡ (୨୨)। ଏହି ଘଟଣାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଖଣ୍ଡରା ଗ୍ରାମର ରାମଚନ୍ଦ୍ର ଗୈାଡ (୩୫)ଙ୍କୁ ଗିରଫ କରିଛି।
ପ୍ରକାଶ ଯେ, ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମରେ ଗୁରୁବାର ରାମଚନ୍ଦ୍ର ଗୈାଡ ଓ ନିଳାଞ୍ଚଳ ଗୌଡ ଙ୍କ ମଧ୍ୟରେ କୌଣସି ଘଟଣା ନେଇ ପାଟିତୁଣ୍ଡ ହୋଇଥିଲା। ରାମଚନ୍ଦ୍ର ହଠାତ ଉତକ୍ଷିପ୍ତ ହୋଇ ଏକ ଭଙ୍ଗା କାଚ ବୋତଲରେ ନିଳାଞ୍ଚଳଙ୍କ ପେଟକୁ ଭୁଷି ଦେଇଥିଲେ। ଘଟଣା ପରେ ରାମଚନ୍ଦ୍ର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଆହତ ନିଳାଞ୍ଚଳଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫେରାର ହେବାକୁ ଉଦ୍ୟମ କରୁଥିବା ରାମଚନ୍ଦ୍ରଙ୍କୁ ଗିରଫ କରିଥିଲା। ଆହତଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୧୧/୨୫ ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀ ରାମଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ

ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍‌ ଗଣତି କରାଯାଇ...

ଜାଲ ସାର୍ଟିଫିକେଟ୍‌ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ

ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍‌ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍‌। ସିବିଆଇର ଏକ ଟିମ୍‌ ବଲାଙ୍ଗୀରରେ ପହଞ୍ଚି...

Pahalgam Terror Attack: ସରକାର ମାନିଲେ ସୁରକ୍ଷାରେ ହୋଇଛି ତ୍ରୁଟି, ରିଜିଜୁ କହିଲେ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ...

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ...

ଆକ୍ରମଣ ପାଇଁ ପ୍ରସ୍ତୁତ ହେଲଣି ଭାରତୀୟ ବାୟୁସେନା? ଆକାଶରେ ଗର୍ଜିଲା ସୁଖୋଇ Su-30, ରାଫେଲ

ନୂଆଦିଲ୍ଲୀ,୨୪।୪: ପାକିସ୍ତାନ ପ୍ରାୟୋଜିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ପ୍ରତିକ୍ରିୟା କଠୋର ଏବଂ ଆକ୍ରମଣାତ୍ମକ ହେବାରେ ଲାଗିଛି। ଭାରତୀୟ ବାୟୁସେନା ‘Aakraman’ ଅଭ୍ୟାସ ଆରମ୍ଭ...

ଛାତ୍ରୀଛାତ୍ର ପାଳିଲେ ଧରିତ୍ରୀ ଦିବସ: ପ୍ଲାଷ୍ଟିକମୁକ୍ତ ପରିବେଶକୁ ଗୁରୁତ୍ବ

ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଚିଦାରେ ବୁଧବାର ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର...

ରଶି ଲଗାଇ ଜୀବନ ହାରିଲେ ନାବାଳିକା: ଗର୍ଭବତୀ ଥିବା ସନ୍ଦେହ

ପଡିଆ,୨୪ା୪ (ଭାସ୍କର ରାଓ): ରଶି ଲଗାଇ ଜଣେ ନାବାଳିକା ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଏମଭି ୭୯...

ବିନା ଅନୁମତିରେ ଗଛ କଟାକୁ ନେଇ ଅସନ୍ତୋଷ

ନନ୍ଦପୁର,୨୪ା୪(ତୁଷାର କାନ୍ତ ମହାନ୍ତି)- ନନ୍ଦପୁର-ଲମତାପୁଟ ପୂର୍ତ୍ତବିଭାଗ ରାସ୍ତା କଡ଼ରୁ ବିନା ଅନୁମତିରେ ଗଛ କଟାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ବନମାଳୀପୁଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image