ଜୀବନ ହାରିଲେ ଯୁବକ, କାରଣ ଖୋଜୁଛି ପୋଲିସ

ନାକଟିଦେଉଳ,୩ା୨(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଧୀନ ନାକଟିଦେଉଳ ମେଡ଼ିକାଲ ଛକଠାରେ ରହୁଥିବା ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ନିରଞ୍ଜନ ବେହେରା (୩୨)।

ସୂଚନା ମୁତାବକ, ନିରଞ୍ଜନଙ୍କ ସ୍ତ୍ରୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ନିରଞ୍ଜନ ଘର ଭିତରେ ବେକରେ ଶାଢି ଲଗାଇ ଓହଲି ପଡିଥିଲେ। ସ୍ତ୍ରୀ ଘରକୁ ଫେରି କବାଟ ଖୋଲିବାରୁ ସ୍ବାମୀ ନିରଞ୍ଜନ ଝୁଲୁଥିବା ଦେଖି ଚିତ୍କାର କରିଥିଲେ। ଅନ୍ୟ କୋଠରିରେ ରହୁଥିବା ନିରଞ୍ଜନଙ୍କ ମା’ବାପା ଓ ପଡୋଶୀ ଆସି ତାଙ୍କୁ ଉଦ୍ଧାର କରି ନାକଟିଦେଉଳ ଡ଼ାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ନାକଟିଦେଉଳ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢାଖୋଲ ପଠାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର କଇଁଛ, ଅଣ୍ଡା ଦେବାକୁ ଆସି…

ଗଞ୍ଜାମ,୨୪ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ଗ୍ରାମସ୍ଥିତ ଋଷୁକୂଲ୍ୟା ବେଳାଭୂମିରେ ଏକ ବିରଳ ପ୍ରଜାତିର କଇଁଛ ଅଣ୍ଡାଦାନ କରିବାକୁ ଆସିଥିବା...

ଘରୁ ଯାଇ ଆଉ ଫେରି ନ ଥିଲେ ନାବାଳିକା, ଜଙ୍ଗଲରୁ ମିଳିଲା କ୍ଷତବିକ୍ଷତ ମୃତଦେହ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ଅଞ୍ଚଳରୁ ଗତ ୨୦ ତାରିଖରୁ ନିଖୋଜ ହୋଇଥିବା ନାବାଳିକା (୧୭ବର୍ଷ)ଙ୍କ ମୃତଦେହ ରବିବାର ବୁର୍ଲା ଥାନା ଅଶୋକ ନିବାସ...

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଦେବଗଡ଼,୨୪ା୩(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବଲାଣି ଟୋଲ ପ୍ଲାଜା ନିକଟରେ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ପଛପଟରେ ଆଉ ଏକ ଟ୍ରକ୍‌...

ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ଜଣେ ଆହତ

ଦେବଗଡ଼,୨୪ା୩(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବାହାଡ଼ାପୋଶି ଓଭର ବ୍ରିଜ୍‌ ଉପରେ ଏକ ପାଇପ୍‌ ବୋଝେଇ ଟ୍ରାକ୍ଟରକୁ ଏକ କଣ୍ଟେନର ପଛପଟୁ ଧକ୍କା ଦେବାରୁ...

କାଳବୈଶାଖୀର କରାଳ ରୂପ, ଉଜୁଡ଼ିଗଲା ଫସଲ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ରହିଛି।...

ଆଧାରକାର୍ଡ ସାଜିଛି ବାଧକ: ସରକାରୀ ଯୋଜନାରୁ ବଞ୍ଚିତ ଅନେକ ପରିବାର

ଥୁଆମୂଳ ରାମପୁର,୨୪ା୩(ଦୁର୍ଗା କୀର୍ତ୍ତି): ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ଲୋକଙ୍କୁ ଆଧାର କାର୍ଡ କରିବା ନିହାତି ଭାବରେ ଆବଶ୍ୟକ କାହିଁକି ନା ଯେକୌଣସି ସରକାରୀ ଯୋଜନା...

କାଳବୈଶାଖୀ କ୍ଷତିଗ୍ରସ୍ତଙ୍କ ପାଇଁ ୧୯.୬୫ କୋଟି ମଞ୍ଜୁର

ଭୁବନେଶ୍ୱର/ବାରିପଦା,୨୪ା୩ (ରବିନାରାୟଣ ଜେନା,ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଗତ ଶୁକ୍ରବାର କାଳବୈଶାଖୀଜନିତ ଝଡ଼ତୋଫାନ ଓ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଅଞ୍ଚଳର...

କଇଁଚଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ

ଗଞ୍ଜାମ,୨୩ା୩(ବିଦ୍ୟାଧର ସାହୁ): ଋଷିକୁଲ୍ୟା ମୁହାଁଣରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୮ ହଜାର ୭୭୯...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image