Advertisement

ଜୀବନ ହାରିଲେ ଯୁବକ, କାରଣ ଖୋଜୁଛି ପୋଲିସ

ନାକଟିଦେଉଳ,୩ା୨(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଧୀନ ନାକଟିଦେଉଳ ମେଡ଼ିକାଲ ଛକଠାରେ ରହୁଥିବା ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ନିରଞ୍ଜନ ବେହେରା (୩୨)।

ସୂଚନା ମୁତାବକ, ନିରଞ୍ଜନଙ୍କ ସ୍ତ୍ରୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ନିରଞ୍ଜନ ଘର ଭିତରେ ବେକରେ ଶାଢି ଲଗାଇ ଓହଲି ପଡିଥିଲେ। ସ୍ତ୍ରୀ ଘରକୁ ଫେରି କବାଟ ଖୋଲିବାରୁ ସ୍ବାମୀ ନିରଞ୍ଜନ ଝୁଲୁଥିବା ଦେଖି ଚିତ୍କାର କରିଥିଲେ। ଅନ୍ୟ କୋଠରିରେ ରହୁଥିବା ନିରଞ୍ଜନଙ୍କ ମା’ବାପା ଓ ପଡୋଶୀ ଆସି ତାଙ୍କୁ ଉଦ୍ଧାର କରି ନାକଟିଦେଉଳ ଡ଼ାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ନାକଟିଦେଉଳ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢାଖୋଲ ପଠାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel