‘ଧରିତ୍ରୀ’ ପକ୍ଷରୁ ଆରମ୍ଭ ହେଲା ୟୁଥ୍‌ କନ୍‌କ୍ଲେଭ୍‌

ଭୁବନେଶ୍ୱର,୨୪ା୧୧: ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ନିଆରା ପ୍ରଚେଷ୍ଟା ଆରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନକୁ ନେଇ ଶୁକ୍ରବାର ରେଳ ସଦନଠାରେ ‘ଧରିତ୍ରୀ’ ପକ୍ଷରୁ ୟୁଥ୍‌ କନ୍‌କ୍ଲେଭ୍‌ ଆରମ୍ଭ ହୋଇଛି।

ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା କରିବା ପାଇଁ  ‘ୟୁଥ୍‌ କନ୍‌କ୍ଲେଭ୍‌’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଛି।  ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଅତିଥିମାନେ ଯୋଗ ଦେଇଥିବା ବେଳେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଉପସ୍ଥିତ ଅଛନ୍ତି।

Share