Advertisement

ସ୍ବାଧୀନତା ଦିବସରେ ରୋଗୀଙ୍କୁ ଖାଦ୍ୟ ବାଣ୍ଟିଲା ଯୁବ କଂଗ୍ରେସ

ମୋରଡା,୧୫।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଯୁବ କଂଗ୍ରେସ ନିଆରା ଢଙ୍ଗରେ ପାଳିତ କରିଛି ସ୍ବାଧୀନତା ଦିବସ l ଏହି ଅବସରରେ ବ୍ଲକ ଯୁବ କଂଗ୍ରେସ ବରିଷ୍ଠ କଂଗ୍ରେସ ନେତା ପ୍ରଭାସକର ମହାପାତ୍ରଙ୍କ ସହଯୋଗରେ ତଥା ମୋରଡା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତାପସରଞ୍ଜନ ରାଉତଙ୍କ ନେତୃତ୍ୱରେ ଆଜି ଯୁବ କଂଗ୍ରେସ କର୍ମୀମାନେ ବ୍ଲକର ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ରୋଗୀଙ୍କୁ ଫଳ, ରୁଟି, ଜୁସ ପ୍ରଦାନ କରିବା ସହିତ ଡାକ୍ତରଖାନରେ ପରିମଳ ବ୍ୟବସ୍ଥା ପରଖିଛନ୍ତି l ସଭାପତି ଶ୍ରୀ ରାଉତ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ହାମ୍ବିରା ମୁର୍ମୁଙ୍କ ସହିତ ଡାକ୍ତରଖାନାରେ ରୋଗୀମାନେ କିପରି ଉନ୍ନତ ଚିକିତ୍ସା ପାଇପାରିବେ ସେ ବାବଦରେ ଆଲୋଚନା କରିବା ସହିତ ରୋଗୀ ମାନଙ୍କ ସହିତ ମଧ୍ୟ ଚିକିତ୍ସା ବାବଦରେ ଆଲୋଚନା କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ସଭାପତି ଶୁଭ କୁମାର ମହାନ୍ତ,ଅସିତ କୁମାର ବେହେରା,ଚନ୍ଦନ ମହାନ୍ତ, କାନ୍ଦ୍ରା ସୋରେନ, ତାପସ ସିଂ, ଟିଟୁ ମହାନ୍ତ,ସତ୍ୟଜିତ ବେହେରା, ନିନି ପାତ୍ର, ମିଲନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share