ନୂଆଦିଲ୍ଲୀ,୩୦ ।୩: ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଭି ଶ୍ରୀନିବାସ ବୁଧବାର ଦେଇଥିବା ବିବାଦୀୟ ଟିପ୍ପଣିକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ଆଇଟି ସେଲ ମୁଖ୍ୟ ଅମିତ ମାଲବିୟଙ୍କୁ ଲିଗାଲ ନୋଟିସ ପଠାଯାଇଛି । ଏହି ନୋଟିସରେ ଅମିତ ମାଲବିୟଙ୍କ ଉପରେ ଭାଜପାର ଅନ୍ୟ ସଦସ୍ୟଙ୍କ ସହ ମିଶି ବିଭି ଶ୍ରୀନିବାସଙ୍କୁ ବଦନାମ କରିବାକୁ ଲକ୍ଷ୍ୟ ରଖିବା ଓ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଆଧାରହୀନ ଦାବି କରିବାର ଅଭିଯୋଗ ଲଗାଯାଇଛି ।
ଆଡଭୋକେଟ ମାରିଶ ସହାୟ ତାଙ୍କ ଲିଗାଲ ନୋଟିସରେ କହିଛନ୍ତି, ଏହା ଏକ ସର୍ବବିଦିତ ତଥ୍ୟ ଅଟେ କି ଅମିତ ମାଲବିୟଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଯେଉଁ ଟିପ୍ପଣି କରାଯାଇଛି ତାହା ଭୁଲ ତଥ୍ୟ ଉପରେ ଆଧାର କରି କରାଯାଇଛି ଓ ଏହା ସାର୍ବଜନିକ ଭାବେ ବିଭି ଶ୍ରୀନିକାସଙ୍କ ଛବି ଖରାପ କରିବାର ଦୁର୍ଭାଗ୍ୟପୂର୍ଣ୍ଣ ଚେଷ୍ଟା କରାଯାଇଛି ।