ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିଗରେ କୌଣସି ପଦକ୍ଷେପ ନେଉ ନାହାଁନ୍ତି। କେବଳ ସରକାରୀ ଅର୍ଥରେ ଦଳର ପ୍ରଚାର କରାଯାଉଛି। ୧୭ ସେପ୍ଟେମ୍ବର ମଙ୍ଗଳବାର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଭାଜପା ସେବା ଦିବସ ଭାବେ ପାଳନ କରୁଥିବା ବେଳେ ସାରା ଦେଶର ଯୁବ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ଜାତୀୟ ବେରୋଜଗାର ଦିବସ ଭାବେ ପାଳନ କରାଯାଇଛି l

ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଭି ଶ୍ରୀନିବାସଙ୍କ ଆହ୍ବନ କ୍ରମେ ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ କର୍ମୀମାନେ କଳା ପତାକା ଦେଖାଇ ଚା’ ତିଆରି କରି ବିକିଥିଲେ।

ଏପରିକି ମୋଦି ବିରୋଧୀ ସ୍ଲୋଗାନ ଦେଇ ଶିକ୍ଷିତ ଯୁବତୀ, ଯୁବକଙ୍କୁ ଚାକିରି ନ ମିଳିବା ଅଭିଯୋଗ ଆଣି ମୋଦିଙ୍କୁ ସମାଲୋଚନା କରିଥିଲେ। ଏଥିରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ମହିଳା କଂଗ୍ରେସ ରାଜ୍ୟ ଉପସଭାନେତ୍ରୀ ସଂଗୀତା ସିଂହ, ପୂର୍ବତନ କଂଗ୍ରେସ ଏମ୍‌ପି ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ପୂର୍ବତନ ତେଲକୋଇ କଂଗ୍ରେସ ବିଧାୟକ ନିର୍ମଳ ଚନ୍ଦ୍ର ନାଏକ, ପୂର୍ବତନ ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ୍‌ ରାଜ, ଛାତ୍ର କଂଗ୍ରେସ ନେତା ଆଶିଷ କୁମାର ପାତ୍ର, ଯୁବ କଂଗ୍ରେସ ନେତା ମାନସ ବେହେରା, ସୌମ୍ୟରଞ୍ଜନ ପଲେଇ, ଆକାଶ ବେହେରା, ଅଭିଜିତ ବେହେରା, ସଂଗ୍ରାମ ବେହେରା, ସଞ୍ଜୟ ପରିହାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାନାଡାରେ Pahalgam Attackକୁ ନେଇ ସାମ୍ନା ସାମ୍ନି ହେଲେ ଭାରତ-ପାକ ଜନତା

ଲଣ୍ଡନ,୨୮।୪: ପହଲଗାମ ଆକ୍ରମଣକୁ ନେଇ ଲଣ୍ଡନରେ ପ୍ରତିବାଦ ଜାରି ରହିଛି। Pahalgam Attack ପରେ ‘ଭାରତୀୟ ପ୍ରଚାର’ ବୋଲି କୁହାଯାଉଥିବା ପାକିସ୍ତାନୀ ପ୍ରତିବାଦର ପ୍ରତିବାଦ କରିବା...

ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର...

କମ୍ପାନୀରୁ ଶ୍ରମିକଙ୍କୁ ଆଣି ଆସୁଥିବାବେଳେ ଓଲଟିଲା ବସ୍‌: ଜଣେ ମୃତ

ସୁନ୍ଦରଗଡ଼,୨୮ା୪(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଏନ୍‌ଟିପିସି ଡୁଲଙ୍ଗା କୋଇଲା ଖଣି ଭିତରେ ବସ୍‌ ଦୁର୍ଘଟଣା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ପାକିସ୍ତାନକୁ ଆଇନା ଦେଖାଇଲେ ଓଓ୍ବାଇସି, Pahalgam Attackକୁ ନେଇ କହିଲେ ତୁମେ ଭାରତଠାରୁ ଅଧ ଘଣ୍ଟା ନୁହେଁ, ଅଧା ଶତାବ୍ଦୀ ପଛରେ ଅଛ

ନୂଆଦିଲ୍ଲୀ,୨୮।୪: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପୁଣି ଥରେ ପାକିସ୍ତାନ ଉପରେ ବର୍ଷିଛନ୍ତି। ଓୱାଇସି ପାକିସ୍ତାନକୁ କହିଥିଲେ ଯେ ତୁମେ ଭାରତଠାରୁ ଅଧା ଶତାବ୍ଦୀ ପଛରେ...

‘ପହଲଗାମ ଆକ୍ରମଣ ଭାରତ ନିଜେ କରି ଆମକୁ ବଦନାମ କରୁଛି’

ଇସଲାମାବାଦ,୨୮ା୪: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଏକ ହାସ୍ୟାସ୍ପଦ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏବେ ଲାଗୁଛି ଭାରତ...

Pahalgam Attack: ପୃଥିବୀର ଭୂସ୍ବର୍ଗ ଏବେ ନିରବ, ନିଃଶବ୍ଦ, ଚୁପ ହୋଇଯାଇଛି ଡାଲ ହ୍ରଦ

ଜମ୍ମୁ,୨୮।୪: ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର ହାଉସ ବୋଟ ଗୁଡ଼ିକ ପ୍ରାୟ ଖାଲି ପଡ଼ିଛି। କିଛି ଦିନ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ହ୍ରଦ ପରିଦର୍ଶନରେ ନେବା ସମୟରେ...

ଘରେ ପଇସା ରଖନ୍ତି ନାହିଁ ମହିଳା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ…

ଭବାନୀପାଟଣା,୨୮।୪ (ଉତ୍ତମ କୁମାର ଦାଶ): ପୁରାତନ କାଳରେ ଯେତେବେଳେ ଟଙ୍କାର ପ୍ରଚଳନ ନ ଥିଲା ସେତେବେଳେ ମଣିଷ ନିଜର ଦୈନନ୍ଦିନ ଜୀବନର ଚାହିଦା ମେଣ୍ଟାଇବା ପାଇଁ...

ଜାଣନ୍ତୁ କେମିତି ସୁସ୍ଥ ରହିବ କିଡ୍‌ନୀ

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image