ଉତ୍କଳ ଆଲୁମିନା କ୍ୟାଣ୍ଟିନରେ ନିଆଁ ଲାଗି ଯୁବକ ଗୁରୁତର, କମ୍ପାନୀ ପକ୍ଷରୁ ମିଳିନି ସାହାଯ୍ୟ

ଥୁଆମୂଳ ରାମପୁର,୨୪ା୧(ଦୁର୍ଗା କୀର୍ତ୍ତି): ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲା ଦୋରାଗୁଡ଼ା ଥାନା ଅନ୍ତର୍ଗତ ଉତ୍କଳ ଆଲୁମିନା କାରଖାନାର ଏକ କ୍ୟାଣ୍ଟିନରେ ବଡ଼ ଧରଣର ଏକ ଅଘଟଣ ଘଟି ଯାଇଥିବା ବେଳେ ପୀଡ଼ିତ ଯୁବକ ୩ ଦିନ ଧରି ନୂଆପଡା ମେଡ଼ିକାଲରେ ଭର୍ତ୍ତି ହେଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଠିକାଦାରଙ୍କ ଠାରୁ କ୍ୟାଣ୍ଟିନ ନେଇ ପରିଚାଳନା କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କର ବି ଦେଖାନାହିଁ। ସେପଟେ ଜ୍ବଳ ପୋଡ଼ାରେ ଯୁବକଙ୍କୁ ଇନ୍‌ଫେକ୍ସନ ବଢ଼ି ଚାଲିଥିବାବେଳେ ରୋଜଗାରିଆ ପୁଅର ଏଭଳି ଅବସ୍ଥା ଦେଖି ଚିନ୍ତାରେ ପରିବାର ଲୋକେ। ପୀଡ଼ିତ ଯୁବକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମୁସ୍କୁଟା ଗ୍ରାମର ଅସ୍ତ ମୁଦୁଲିଙ୍କର ପୁଅ ପୁରନ୍ଦର ମୁଦୁଲି। ପୁରନ୍ଦର ଦୀର୍ଘ ୭ ବର୍ଷ ଧରି ଉକ୍ତ କମ୍ପାନୀରେ କାମକରି ପରିବାର ପୋଷଣ କରିଆସୁଥିଲେ। ବୁଧବାର ସନ୍ଧ୍ୟାରେ ଉତ୍କଳ ଆଲୁମିନା ଟାଉନ ଶିପ୍‌ର ଉକ୍ତ କ୍ୟାଣ୍ଟିନରେ ସେ ରୋଷେଇ କରୁଥିବା ବେଳେ ହଠାତ୍‌ କୌଣସି କାରଣରୁ ତାଙ୍କ ଅଣ୍ଟାଠାରୁ ମୁହଁ ପର୍ଯ୍ୟନ୍ତ ନିଆଁ ଲାଗିଯାଇଥିଲା। ସୌଭାଗ୍ୟର ଘଟଣା ସେ ସମୟରେ ତାଙ୍କ ପାଖରେ ଥିବା କିଛି ସାଥି ତୁରନ୍ତ ସେ ପିନ୍ଧିଥିବା ସାର୍ଟକୁ ଚିରି ଦେହରୁ ଅଲଗା କରିଦେଇଥିଲେ। ତଥାପି ଶରୀରର ୫୦% ପ୍ରତିଶତ ପୋଡ଼ିଯାଇଛି। ଘଟଣା ପରେ ତୁରନ୍ତ ସେଠାରେ କାର୍ଯ୍ୟରତ ଅନ୍ୟ କିଛି ସାଥି ତାଙ୍କୁ ନିକଟରେ ଥିବା ନୂଆପଡ଼ା ମେଡ଼ିକାଲରେ ଭର୍ତ୍ତି କରିଦେଇଥିଲେ। ଖବର ପାଇ କଳାହାଣ୍ଡିରୁ ପରିବାର ସଦସ୍ୟ ପହଞ୍ଚି ପୁଅଙ୍କର ସେବା କରୁଥିବାବେଳେ କ୍ୟାଣ୍ଟିନ ପରିଚାଳନା ଠିକାଦାର କିମ୍ବା ଠିକାଦାର ନାଁରେ ପରିଚାଳନା କରୁଥିବା ଉତ୍କଳ ଆଲୁମିନାର ଜଣେ ବରିଷ୍ଠ ଏ ପର୍ଯ୍ୟନ୍ତ ପୀଡ଼ିତ ଯୁବକଙ୍କୁ ଭେଟିବାକୁ ଯାଇନାହାନ୍ତି । କର୍ମଚାରୀଙ୍କ (ସୁରକ୍ଷା) ସେଫ୍ଟି ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଅବହେଳା କରିଥିବାରୁ ଏଭଳି ଅଘଟଣ ହେଇଥିବା ଅଭିଯୋଗ ଆସୁଥିବାବେଳେ ଘଟଣାକୁ ୩ ଦିନ ବିତିଯାଇଥିବା ରୁ ଜଳି ଯାଇଥିବା ଅଂଶ ଇନ୍‌ଫେକ୍ସନ ହେବାରେ ଲାଗିଛି। ଏଣୁ ପୁଅର ଉଚ୍ଚ ଚିକିତ୍ସା ପାଇଁ ବିଶାଖାପାଟଣା ନେବାକୁ ପିତା ଅସ୍ତ ମୁଦୁଲି ସାହାଯ୍ୟ ପାଇଁ ଚାହିଁ ବସିଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଅବହେଳା କରିଚାଲିଛନ୍ତ। କମ୍ପାନୀ ଉକ୍ତ ପୀଡିତ ଯୁବକଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri