ଘରେ କରେଣ୍ଟ ନ ଥିଲା ଚଢ଼ିଗଲେ ବିଦ୍ୟୁତ୍‌ ଖୁଣ୍ଟରେ…

ଉଦଳା,୨୩ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ରାଇକାଳି ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ସେ ହେଲେ ଅମାସ ଟୁଡୁ(୨୨)।
ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍‌ କାଟ ହୋଇଥିଲା। ଏହି ସମୟରେ ଅମାସ ନିଜ ଘରକୁ ଆସିଥିବା ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ହଠାତ କରେଣ୍ଟ ଆସିଯାଇଥିଲା। ଫଳରେ ସେ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇ ଖୁଣ୍ଟ ତଳକୁ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଉଦଳା ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଛି। ପୋଲିସ ଗାଁରେ ପହଞ୍ଚି ତଦନ୍ତ କରିଛି।

Share